କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା, ୩ ଦିନିଆ ରିମାଣ୍ଡରେ ଗଲେ ପ୍ରେମୀଯୁଗଳ ଭୁବନେଶ୍ୱର, ମେ ୫(ଖବର ଓଡିଶା): Share story: ତମାଣ୍ଡୋ ନିକଟସ୍ଥ ଏକ ଘରୋଇ ଇଞ୍ଜନିୟରିଂ କଲେଜ ପାଣ୍ଠିରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା । ଏହି ମାମଲାରେ ଗିରଫ ହୋଇଥିବା ପ୍ରେମିକ ବିକାଶ କୁମାର ଓ କଲେଜର ମହିଳା କର୍ମଚାରୀ ତଥା ପ୍ରେମିକା ପାୟଲ ମହାପାତ୍ରାଙ୍କୁ ୩ ଦିନିଆ ରିଣ୍ଡାରେ ଆଣିଛି ପୋଲିସ । ୫ ଦିନ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ପୋଲିସ । ହେଲେ କୋର୍ଟ ୩ ଦିନ ମଞ୍ଜୁର କରିଛନ୍ତି । ସେ ହଷ୍ଟେଲ ଫି ସହ ଅନ୍ୟାନ୍ୟ ଫି ଆଦାୟ କରିବା ଦାୟିତ୍ୱରେ ଥିଲେ । ସୂଚନା ଅନୁସାରେ, ରାଜଧାନୀ ତମାଣ୍ଡୋ ସ୍ଥିତ ଏକ ଇଞ୍ଜିନିୟରିଂ କଲେଜରୁ ପ୍ରେମୀଯୁଗଳ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । କଲେଜରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ ପ୍ରେମିକା ପାୟଲ । ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ଆଡମିସନ ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ପ୍ରେମିକ ବିକାଶ ପାଖକୁ ପଠାଉଥିଲେ । ସେପଟେ ପ୍ରେମିକ ବିକାଶର ମୋବାଇଲକୁ ଜବତ କରାଯାଇଛି । ମୋବାଇଲରେ ଟଙ୍କା ନେଇଥିବା ତଥ୍ୟ ମଧ୍ୟ ରହିଛି । ଏହାସହିତ ମୋବାଇଲରେ ଏକାଧିକ ଅନଲାଇନ ଆପ ମଧ୍ୟ ରହିଛି । ଯାହାକୁ ନେଇ ତଥ୍ୟ ଓଗାରୁଛି ପୋଲିସ । ଏବେ ସୁଦ୍ଧା ୬୫ ଲକ୍ଷ ଟଙ୍କାର ହିସାବ ଦେଇସାରିଛି ବିକାଶ । ଖବର ଓଡ଼ିଶା, Reporter, 05/05/2022