ଟଙ୍କା ଦିଅ ଉଡାଇଦେବୁ! ଏବେ ରାଜଧାନୀରେ ଆକ୍ଟିଭ୍ ସୁପାରି କିଲର୍‌
Khabar Odisha:Supari-Killer-is-now-active-in-BBSR

ଭୁବନେଶ୍ୱର, ନଭେମ୍ବର ୨୮(ଖବର ଓଡ଼ିଶା): ଟଙ୍କା ନେଇ ମର୍ଡର କରୁଥିବା ସୁପାରି କିଲର ଏବେ ରାଜଧାନୀ ଭୁବନେଶ୍ୱରରେ ଆକ୍ଟଭ୍ ହୋଇଛନ୍ତି । କଥା କଥାକେ ଏଠି ଗୁଳି ଫୁଟୁଛି, ନିର୍ମମ ଭାବରେ ହତ୍ୟା କରାଯାଉଛି ।

ମାତ୍ର ସବୁଠାରୁ ବଡ଼ କଥା ହେଲା ହତ୍ୟା ଓ ଅପହରଣ ଭଳି ଜଘନ୍ୟ ଅପରାଧ ଏବେ ଏକ ବ୍ୟବସାୟ ପାଲଟିଛି । ଯାହା ଏବେ ଭୁବନେଶ୍ୱରରେ ବେଧଡକ୍ ଭାବରେ କରାଯାଉଛି । ଗତ କାଲି ସେଭଳି ଜଣେ ସୁପାରି କିଲରକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ ।

ସୂଚନା ଅନୂସାରେ ନୟାପଲ୍ଲୀ ଥାନା ଅଞ୍ଚଳରୁ ସମ୍ପଦ ନାମକ ଏକ ସୁପାରି କିଲରକୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାର ଯୋଜନା କରୁଥିବା ସମୟରେ ନୟାପଲ୍ଲୀ ପୋଲିସ୍ ଦ୍ୱାରା ଗିରଫ ହୋଇଛି ସୁପାରି କିଲର ।

ସମ୍ପଦ ସହିତ ତାର ଅନ୍ୟ ଜଣେ ସହଯୋଗୀ ରହିଥିବା ବେଳେ ପୋଲିସ୍ ଧରିବାକୁ ଯିବା ସମୟରେ କୌଶଳ କ୍ରମେ ଅନ୍ୟ ସହଯୋଗୀ ଜଣଙ୍କ ଖସିଯିବାକୁ ସକ୍ଷମ ହୋଇଛି ମାତ୍ର ଏବେ ତାକୁ ଧରିବା ପାଇଁ ପୋଲିସ୍ ସମ୍ପଦକୁ ପଚରାଉଚରା କରିବା ସହିତ ତନାଘନା ଆରମ୍ଭ କରିଛି ।

ତେବେ ଗିରଫ ସମ୍ପଦ ନାମରେ ବିଭିନ୍ନ ଥାନାରେ ହତ୍ୟା ଓ ଡକାୟତୀ ଭଳି ଅପରାଧିକ ମାମଲା ରହିଛି ।

  • Tags:

Subscribe

National International State Sports Entertainment