ଗୁଳିମାଡ଼ରେ ବଣାଇ ବିଧାୟକଙ୍କ ପିଏସ୍‌ଓ ଡମ୍ବରୁ ସାହୁଙ୍କ ମୃତ୍ୟୁ ସୂଚନା
Khabar Odisha:State-PSO-of-Banai-MLA-commits-suicide-says-IIC-Banai-in-Sundergarh-district

ଭୁବନେଶ୍ୱର, ଜୁନ ୧୮ (ଖବର ଓଡ଼ିଶା): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସ୍‌ଓ ଡମ୍ବରୁ ସାହୁଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପିଏସଓ ଡମ୍ବରୁ ସାହୁ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଉଛି । ସେ କୁର୍ଡାସ୍ଥିତ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଗୁଳିକାଣ୍ଡ ହେଉ ବା ଆତ୍ମହତ୍ୟା ହେଉ ପ୍ରକୃତ କାରଣ ଜଣାପଡ଼ିନାହିଁ । ମାତ୍ର ପିଏସଓଙ୍କ ମୃତ୍ୟୁ ନେଇ ବଣାଇ ଆଇଆଇସି ସ୍ପଷ୍ଟ କରିଛନ୍ତି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି । 

 

  • Tags:

Subscribe

National International State Sports Entertainment