ମାଲକାନଗିରି, ଫେବୃଆରୀ ୦୯(ଖବର ଓଡ଼ିଶା):
ପୁଣି ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ପୋଲିସ । ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଛି । ପୋଡ଼ାଘାଟ ନିକଟରୁ ଆଠ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖଇରପୁଟ ପୋଲିସ ।
ପୋଲିସ ଆଖିରେ ଧୂଳି ଦେଇ ଚାଲିଥିଲା ଗଞ୍ଜେଇ ଚାଲାଣ । ପିଆଜ ବୋଝେଇ ଟ୍ରକରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡ଼କୁ ଚାଲାଣ ହେଉଥିଲା ଗଞ୍ଜେଇ । କୋଣସି ସୂତ୍ରରୁ ଖବର ପାଇ ପୋଡ଼ାଘାଟ ନିକଟରେ ପୋଲିସ ପହଁଞ୍ଚି ଗାଡ଼ିକୁ ଅଟକାଇଥିଲା । ଫଳରେ ଟ୍ରକ୍ରୁ ଆଠ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖଇରପୁଟ ପୋଲିସ । ଅଧିକ ତଥ୍ୟ ଜାଣିବା ଓ ଏହି ଚୋରାଚାଲାଣର ମାଷ୍ଟର ମାଇଣ୍ଡକୁ ଖୋଜିବା ଚେଷ୍ଟାରେ ତନାଘନା କରୁଛି ପୋଲିସ ।