ମହମ୍ମଦ ସାମିଙ୍କ ବିରୋଧରେ ଦାଖଲ୍ ହେଲା ଚାର୍ଜସିଟ୍, କଟିପାରେ ବିଶ୍ୱକପ ଟିକେଟ୍
Khabar Odisha:Sports-cricket-odisha-chargesheet-has-been-filed-against-crickete-mohammed-shami
ମୁମ୍ୱାଇ, ମାର୍ଚ୍ଚ ୧୪(ଖବର ଓଡିଶା):

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମୋହମ୍ମଦ ସାମିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ସାମି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡା ଥମିବାର ନାଁ ଧରୁନାହିଁ । ଏହି ଭିତରେ ସାମିଙ୍କ ହାତରୁ ବିଶ୍ୱକପ ଦଳରେ ସାମିଲ ହେବାର ସୁଯୋଗ ଚାଲିଯାଇପାରେ । 

ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ପୁଲୁସ ଏବେ ମହମ୍ମଦ ସାମ୍ମିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ତାଙ୍କ ଉପରେ ଆଈପିସିର ଧାରା ୪୯୮ ଏ (ଯୌତୁକ ନିର‌୍ୟାତନା) ଏବଂ ୩୫୪ ଏ (ଯୌନ ଉତ୍ପିଡନ)ର ଆରୋପ ଲଗାଯାଇଛି । ଆଈପିସିର ଏହି ଦୁଇଟି ଧାରା ଅନୁଯାୟୀ ଜାମିନ ମିଳିବ ନାହିଁ । ଏହାର ପ୍ରଭାବ ସାମିଙ୍କ କ୍ୟାରିୟର ଉପରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାମିଙ୍କ ବିଶ୍ୱକପ ଟିକେଟ୍ କଟିବାର ମଧ୍ୟ ସମ୍ଭାବନା ରହିଛି ।  

Subscribe

National International State Sports Entertainment