ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା, ପ୍ରେମୀଯୁଗଳଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ଥାନା ପୋଲିସ ଭୁବନେଶ୍ୱର, ମେ ୪(ଖବର ଓଡିଶା): Share story: ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା । ପ୍ରେମୀଯୁଗଳଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ଥାନା ପୋଲିସ । ଉଭୟଙ୍କୁ ୭ ଦିନ ରିମାଣ୍ଡରେ ଆଣିବାକୁ ବୁଧବାର କୋର୍ଟରେ ଆବେଦନ କରିଛି ପୋଲିସ । ସୂଚନା ଅନୁସାରେ, ରାଜଧାନୀ ତମାଣ୍ଡୋ ସ୍ଥିତ ଏକ ଇଞ୍ଜିନିୟରିଂ କଲେଜରୁ ପ୍ରେମୀଯୁଗଳ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । କଲେଜରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ ପ୍ରେମିକା ପାୟଲ । ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ଆଡମିସନ ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ପ୍ରେମିକ ବିକାଶ ପାଖକୁ ପଠାଉଥିଲେ । ସେପଟେ ପ୍ରେମିକ ବିକାଶର ମୋବାଇଲକୁ ଜବତ କରାଯାଇଛି । ମୋବାଇଲରେ ଟଙ୍କା ନେଇଥିବା ତଥ୍ୟ ମଧ୍ୟ ରହିଛି । ଏହାସହିତ ମୋବାଇଲରେ ଏକାଧିକ ଅନଲାଇନ ଆପ ମଧ୍ୟ ରହିଛି । ଯାହାକୁ ନେଇ ତଥ୍ୟ ଓଗାରୁଛି ପୋଲିସ । ଏବେ ସୁଦ୍ଧା ୬୫ ଲକ୍ଷ ଟଙ୍କାର ହିସାବ ଦେଇସାରିଛି ବିକାଶ । ଖବର ଓଡ଼ିଶା, Reporter, 04/05/2022