ବିଜେଡି ସାଂସଦ ପ୍ରାର୍ଥୀ ସମର୍ଥକଙ୍କ ଗୁଣ୍ଡାରାଜ, ସୂଚନା ଅଧିକାର କର୍ମୀଙ୍କୁ କଲେ ମରଣାନ୍ତକ ଆକ୍ରମଣ
Khabar Odisha:Politics-Odisha-RTI-activist-Mohammed-Ziauddin-allegedly-attacked-in-Tumudibandha-in-Kandhamal-by-supporters-of-BJD
କନ୍ଧମାଳ, ଏପ୍ରିଲ ୧୩(ଖବର ଓଡ଼ିଶା):

କନ୍ଧମାଳ ତୁମୁଡ଼ିବନ୍ଧରେ ଅଚ୍ୟୁତ ସାମନ୍ତଙ୍କ ସମର୍ଥକମାନେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ଆସିଛି । ସ୍ଥାନୀୟ ଲୋକ ଓ ପୋଲିସର ଉଦ୍ୟମରେ ମହମ୍ମଦ ଜିଆଉଦ୍ଧିନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଳା ତୁମୁଡ଼ିବନ୍ଧରେ ବିଜେଡି ସାଂସଦ ପ୍ରାର୍ଥୀ ସମର୍ଥକଙ୍କ ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଧିନଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଆଜି ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସମର୍ଥକମାନେ ମହମ୍ମଦ ଜିଆଉଦ୍ଧିନଙ୍କ ଗାଡ଼ିକୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଅଚ୍ୟୁତ ସାମନ୍ତଙ୍କ ୧୦ରୁ ଅଧିକ ସମର୍ଥକ ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଧିନଙ୍କୁ ମାଡ଼ମାରି ଅପହରଣ କରିଥିଲେ । କୈାଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସଙ୍କ ମିଳିତ ଉଦ୍ୟମରେ ମହମ୍ମଦ ଜିଆଉଦ୍ଧିନଙ୍କୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି ।

  • Tags:

Subscribe

National International State Sports Entertainment