ଜୁଆ ଆଡ୍ଡାରେ ଚଢଉ ବେଳେ ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ମାଡ ଘଟଣା, ୨୪ ଜଣ ଗିରଫ ବାଲିପାଟଣା, ମେ ୨୨(ଖବର ଓଡିଶା): Share story: ଜୁଆଖେଳ ଉପରେ ଚଢାଉ ବେଳେ ସ୍ପେଶାଲ ସ୍କ୍ୱାର୍ଡର ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ମାଡ ମରାଯାଇଛି । ତେବେ ଏହି ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା କୃଷ୍ଣପୁର ଗାଁ ମେଲଣ ପଡିଆରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା । ସେଠାରେ ଥିବା କିଛି ଲୋକଙ୍କୁ ପୋଲିସ ଲାଠିରେ ପିଟିବା ସହିତ କିଛି ଜୁଆ ଖେଳାଳୀଙ୍କୁ ଧରି ଗାଡିରେ ବସାଇଥିଲେ । ଏହି ସମୟରେ ଉତକ୍ଷିପ୍ତ ହୋଇଥିଲେ ସ୍ଥାନୀୟ ଲୋକେ । ସଂଘବଦ୍ଧ ହୋଇ ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ସେପଟେ ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ସ୍ପୋଶଲ ସ୍କ୍ୱାଡର ଗାଡିକୁ ଉଦ୍ଧାର କରିଥିଲେ । ତେବେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରାଯାଇଥିଲା । ପୋଲିସକୁ ମାଡ ମାରିବା ଅଭିଯୋଗରେ ଏଯାଏ ୨୪ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଖବର ଓଡ଼ିଶା, Reporter, 22/05/2022