ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ୨ ଅଭିଯୁକ୍ତ ଗିରଫ ସାନଖେମୁଣ୍ଡି, ମେ ୧୦(ଖବର ଓଡିଶା): Share story: ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ପୋଲିସର ପାଟ୍ରୋଲିଂ ବେଳେ ଏକ ନାଲି ରଙ୍ଗର ହୁଣ୍ଡାଇ କାରରେ ରଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ପାଟପୁର ପୋଲିସ । ତେବେ କାର ଉପରେ ଚଢାଉ ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଏହାସହିତ ୭୫ କେଜି ୨୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ତେବେ ଦୁଇ ଅଭିଯୁକ୍ତ ହେଲେ କଂସମାରି ଗାଁର ରାଜା ମୋହନ ଦୋରା ଓ ଦିଲ୍ଲୀର ଆକାଶ ଗୁପ୍ତା । ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଖବର ଓଡ଼ିଶା, Reporter, 10/05/2022