କଳଙ୍କିତ ଦିଲ୍ଲୀ, ରାଷ୍ଟ୍ରପତି ଭବନ ପରିସରରେ ଏମଏସସି ଛାତ୍ରୀଙ୍କୁ ଦୁଷ୍କର୍ମ
Khabar Odisha:National-Crime-Odisha-Rashtrapati-Bhavan-staff-rapes-woman-inside-staff-quarters
ନୂଆଦିଲ୍ଲୀ, ଏପ୍ରିଲ ୧୦(ଖବର ଓଡିଶା):

ଦିଲ୍ଲୀରେ ପୁଣିଥରେ ମାନବିକତାକୁ ଦଳିଚକଟି କଳଙ୍କିତ ଛବି ପ୍ରକାଶ ପାଇଛି । ଦିଲ୍ଲୀର ଅନ୍ୟ କେଉଁଠାରେ ନୁହେଁ, ଖୋଦ ରାଷ୍ଟ୍ରପତିଙ୍କ ଭବନ ପରିସରରେ ଏହି ଘଟଣା ଘଟିଛି ଯାହା ସାରା ବିଶ୍ୱରେ ଭାରତର ଚିତ୍ରରେ କଳା ଦାଗ ଲଗାଇଛି । 

ରାଷ୍ଟ୍ରପତି ଭବନ ପରିସରରେ ଏମଏସସିର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଯାଇଛି । ଏମଏସସି ଛାତ୍ରୀଙ୍କୁ ରାଷ୍ଟ୍ରପତି ଭବନ ଡକାଇ ସେଠାରେ ଥିବା କ୍ୱାର୍ଟରରେ ତାଙ୍କ ସହ ଦୁଷ୍କର୍ମ କରିଥିବା ରାଷ୍ଟ୍ରପତି ଭବନର କର୍ମଚାରୀ ନିଶାନ୍ତ ଯାଦବଙ୍କ ଉପରେ ଆରୋପ ଲଗାଯାଇଛି । ଆରୋପ ଆସିବା ପରେ କର୍ମଚାରୀ ଜଣକ ଫେରାର ଅଛନ୍ତି । ପୁଲିସ ଏହି ଘଟଣାରେ ଏଫ୍‌ଆଇଆର ଫାଇଲ କରିଛି । 

Subscribe

National International State Sports Entertainment