ମୁମ୍ବାଇ, ଡିସେମ୍ବର ୪(ଖବର ଓଡ଼ିଶା): ଆଜି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପାରମବୀର ସିଂ ଏବଂ ସଚିନ ଭେଜଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି ।
ଗୋରେଗାଓଁ ପୋଲିସ ଷ୍ଟେସନରେ ଏକ ଟଙ୍କା ହଡପ୍ ମାମଲାରେ ୩୭ ତମ ମହାନଗର ନିଗମ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି ।
ଅଗଷ୍ଟ ମାସରେ ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ପୋଲିସ୍ କମିଶନରଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ବିମଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ପରମବୀର ସିଂଙ୍କ ନାମରେ ଟଙ୍କା ହଡପ୍ ର ଅଭିଯୋଗ କରିଥିବା ସୂଚନା ରହିଛି ।
ପରମବୀର ସିଂଙ୍କ ବିରୋଧରେ ଏହା ପ୍ରଥମ ଚାର୍ଜସିଟ୍ ହୋଇଥିବା ବେଳେ ବର୍ତ୍ତମାନ ଏକାଧିକ ଟଙ୍କା ହଡପ୍ ମାମଲା ସମ୍ମୁଖୀନ ହେଉଛନ୍ତି ।ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର । ଦୁଇ ଦିନ ପୂର୍ବେ ମହାରାଷ୍ଟ୍ର ସରକାର ଏହି ସବୁ ଟଙ୍କା ହଡପ୍ ମାମଲାକୁ ଭିତ୍ତି କରି ପରମବୀର ସିଂଙ୍କୁ ନିଲମ୍ବିତ କରିଥିଲେ ।