ଏସଟିଏଫ କବ୍ଜାରେ ବଜ୍ରକାପ୍ତା ସ୍ମଗଲର ଜିତେନ୍ଦ୍ର କୁମାର, ଜୀବନ୍ତ ବଜ୍ରକାପ୍ତା ସହ ଆପତ୍ତିଜନକ ସାମଗ୍ରୀ ଜବତ କଳାହାଣ୍ଡି, ମେ ୨୨(ଖବର ଓଡିଶା): Share story: ପୁଣି ଏସଟିଏଫ କବ୍ଜାରେ ବଜ୍ରକାପ୍ତା ଚାଲାଣକାରୀ । ଏସଟିଏଫ କବ୍ଜାରେ ରବିବାର ବଜ୍ରକାପ୍ତା ସ୍ମଗଲର ଜିତେନ୍ଦ୍ର କୁମାର ଧରାପଡିଛି । ଜିତେନ୍ଦ୍ର ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହାସହିତ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା-ମଦନପୁର ମଝି କର୍ଣ୍ଣିଖୁଣ୍ଟିରୁ ଉଦ୍ଧାର ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭବାନୀପାଟଣା-ମଦନପୁର ମଝି କର୍ଣ୍ଣିଖୁଣ୍ଟି ନିକଟରେ ବଜ୍ରକାପ୍ତା ବିକ୍ରି ହେବା ନେଇ ଡିଲ୍ ଚାଲିଥିଲା । ଠିକ ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ରେଡ୍ କରିଥିଲା । ଫଳରେ ବଜ୍ରକାପ୍ତା ସ୍ନଗଲର ସହ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଏହାସହିତ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଓଡ଼ିଶା, Reporter, 22/05/2022