ଡାଟା ଲିକ୍ ମାମଲାରେ YAHOO ଉପରେ ୧୧.୭୫ କୋଟି ଡଲାର ଜୋରିମାନା
Khabar Odisha:International-Crime-Odisha-yahoo-offer-around-12-crore-in-data-leaks-of-20-million-people
ନୂଆଦିଲ୍ଲୀ, ଏପ୍ରିଲ ୧୨(ଖବର ଓଡିଶା):

ସାରା ବିଶ୍ୱ ଏବେ ଡିଜିଟାଲ ହେବାରେ ବିଶ୍ୱାସ କରୁଛି । ଟଙ୍କା ପଠାଇବାରୁ ଆରମ୍ଭ କରି ଆଧାରକାର୍ଡ ପର‌୍ୟ୍ୟନ୍ତ ସବୁ କ୍ଷେତ୍ରରେ ଡିଜିଟାଲ ଶବ୍ଦ ଏକ ପ୍ରକାର ବାଧ୍ୟତାମୂଳକ ହୋଇଯାଇଛି ବୋଲି କହିଲେ ଭୁଲ ହେବନାହିଁ । ଖବର ଜାଣିବା ପାଇଁ ମଧ୍ୟ ଦିନକୁ ଦିନ ଡିଜିଟାଲ ମିଡିଆର ଗୁରୁତ୍ୱ ବଢିବାରେ ଲାଗିଛି । ଏହି ଭିତରେ ଡିଜିଟାଲ ଉପରେ ସବୁଠାରୁ ବଡ ବିପଦ ସାଜିଛି ଡାଟା ଲିକ୍ । ଏହି ଡାଟା ଲିକ ପାଇଁ  ୟାହୁ ଉପରେ ଲଗାଯାଇଛି ୧୧.୭୫ କୋଟି ଡଲାର ଜୋରିମାନା । 

୨୦ କୋଟି ଲୋକଙ୍କ ସମ୍ବେଦନଶୀଳ ସୂଚନା ଲିକ୍ ହୋଇଥିବା ପ୍ରସଙ୍ଗରେ ୟାହୁକୁ ବୁଝାବଣା ଆଧାରରେ ୧୧.୭୫ କୋଟି ଡଲାର ଦେବାକୁ ପଡିବ । ଏହି ଡାଟା ୟାହୁରେ ରହିଥିବା ଏକାଉଣ୍ଟଗୁଡିକରୁ ଲିକ୍ ହୋଇଥିଲା । ୟାହୁ ପକ୍ଷରୁ କୁହାଯାଇଛି କି କେବଳ ଇ-ମେଲ ଓ ପାସୱାଡରେ କେବଳ କମ୍ପ୍ରୋମାଇଛି କରାଯାଇଛି, ଅନ୍ୟ କୌଣସି ଡାଟା ଲିକ୍ ହୋଇନାହିଁ । 

ଏହି ମାମଲାକୁ ସମାଧାନ କରିବା ପାଇଁ ଆଇନ ବୁଝାବଣା ଅନୁଯାୟୀ ପୀଡିତଙ୍କୁ ୨ ବର୍ଷ ପର‌୍ୟ୍ୟନ୍ତ ମାଗଣା ମନିଟରିଂ ସେବା ପ୍ରଦାନ କରିବା ସହିତ ୧୧.୭୫ କୋଟି ଡଲାର ଜୋରିମାନା ଦେବାକୁ ପଡିବ । 

Subscribe

National International State Sports Entertainment