ଏବେ ନିଛାଟିଆ ସ୍ଥାନ ନୁହେଁ ନାମିଦାମୀ ଆପାର୍ଟମେଣ୍ଟରେ ଚାଲିଛି ଜୁଆ ଆଡ୍ଡା, ପୋଲିସ୍ ଚଡାଉରେ ୮ ଗିରଫ
Khabar Odisha:Gambling-Raises-In-Berhampur-Police-Raid-on-Sushree-Apartment

ବ୍ରହ୍ମପୁର, ଏପ୍ରିଲ ୩ (ଖବର ଓଡ଼ିଶା): ଏବେ ଆଉ ନିଛାଟିଆ ସ୍ଥାନ କିମ୍ବା ଅନ୍ଧାରିଆ ଯାଗା ନୁହେଁ ନାମିଦାମୀ ଆପାର୍ଟମେଣ୍ଟରେ ଚାଲିଛି ହାଇ ପ୍ରୋଫାଇଲ ଜୁଆ ଖେଳ । ବ୍ରହ୍ମପୁରରେ ସେମିତି ଏକ ଖେଳର ଖବର ପାଇ ଗତ କାଲି ବିଳମ୍ବିତ ରାତିରେ ଚଢାଉ କରି ପୋଲିସ୍ ୮ ଜଣ ଜୁଆଡିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ଥିବା ଶୁଶ୍ରୀ ଆପାର୍ଟମେଣ୍ଟରେ ଜୁଆ ଆଡ୍ଡା ଜମୁଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ମାତ୍ର ଜୁଆଡିଙ୍କୁ ଜୁଆ ଖେଳ ସମୟରେ ରେଡ୍ କରି ଧରିବା ପୋଲିସ୍ ପାଇଁ ମଧ୍ୟ ବଡ ଚ୍ୟାଲେଞ୍ଜ ଥିଲା । ତେବେ ଶୁକ୍ରବାର ରାଜିରେ ଏହି ଶୁଶ୍ରୀ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର- ୩୦୭ରେ ଜୁଆ ଖେଳ ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ଗୋଷାଣୀ ନୂଆଗାଁ ଥାନା ପୋଲିସ୍ ଚଢାଉ କରିଥିଲା ।

ଚଢାଉ ସମୟରେ ପୋଲିସ୍ ଜୁଆ ଖେଳରେ ସମ୍ପୃକ୍ତ ଥିବା ୮ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ତାସ୍ ଓ ପ୍ରାୟ ୩ ଲକ୍ଷ ୬୪ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment