ନିଶା କାରବାରର ହବ୍ ପାଲଟିଛି ବ୍ରହ୍ମପୁର, ମେଡିକାଲ ପଡିଆରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ୍‌
Khabar Odisha:Drug-trafficking-has-become-a-hub-in-Berhampur-with-huge-quantities-of-brown-sugar-seized-from-the-MKCG-medical-field

ବ୍ରହ୍ମପୁର, ଜାନୁଆରୀ ୨୧ (ଖବର ଓଡ଼ିଶା): ରାଜଧାନୀ ଭୁବନେଶ୍ୱର ପରେ ପରେ ଏବେ ନିଶା କାରବାରର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ବ୍ରହ୍ମପୁର । ଆଜି ପୁଣି ଏମକେସିଜି ମେଡିକାଲ ପଡିଆର ରୁ ଜବତ୍ ହୋଇଛି ବିପୁଳ ପରିମାଣର ବ୍ରାଉନ୍ ସୁଗାର । 

ପାଖାପାଖି ୪୫ ଗ୍ରାମ ଓଜନର ଚରସ ଜବତ୍ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ବଜାର ମୂଲ୍ୟ ସାଢେ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣା ପଡିଛି । 

ତେବେ ଆଜି ଖବର ପାଇ ଅବକାରୀ ବିଭାଗ ଏମକେସିଜି ହସ୍ପିଟାଲ ଗ୍ରାଉଣ୍ଡରେ ଅତର୍କିତ ଚଢାଉ କରିଥିଲା । ଏବଂ ଚଢାଉ ସମୟରେ ଏହି ବ୍ରାଉନ୍ ସୁଗାର ଜବତ୍ କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ବ୍ରାଉନ୍ ସୁଗାର ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ ।

ଧରା ପଡିଥିବା ଯୁବକ ଜଣଙ୍କର ନାମ ମଦନମୋହନ ଶବର ବୋଲି ଜଣା ପଡିଛି । ଅନ୍ୟପଟେ ଅବକାରୀ ବିଭାଗ ମଦନମୋହନକୁ ଅଟକ ରଖି ଅଧିକ ପଚରା ଉଚରା ଚଳାଇଥିବା ଜଣା ପଡିଛି ।

  • Tags:

Subscribe

National International State Sports Entertainment