ରାଜଧାନୀରେ ମାତିଛନ୍ତି ସାଇବର ଠକ, ସୋସିଆଲ ମିଡିଆରେ ଡାକ୍ତରଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ରୋଗୀଠୁ ଲୁଟ ଭୁବନେଶ୍ୱର,ସେପ୍ଟେମ୍ବର ୨୪(ଖବର ଓଡିଶା): Share story: ରାଜଧାନୀରେ ମାତିଛନ୍ତି ସାଇବର ଠକ। ଏଥିରୁ ବାଦ ପଡ଼ିନାହାନ୍ତି ଡାକ୍ତର। ଏହି ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର। ସେ ହେଉଛନ୍ତି ସମ୍ ହସ୍ପିଟାଲ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ପ୍ରଫେସର ସୂର୍ଯ୍ୟପ୍ରକାଶ ଚୌଧୁରୀ । ସୋସିଆଲ ମିଡିଆରେ ଡାକ୍ତରଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ରୋଗୀଙ୍କଠୁ ଲୁଟି ନେଇଛି ଲୁଟେରା । ତେବେ ଲୁଟେରା ୪୦ରୁ ୫୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲେ ବି ଫେକ୍ ଆକାଉଣ୍ଟଟି ବନ୍ଦ କରାଯାଇନି । ସେପଟେ ତୁରନ୍ତ ଠକକୁ ଧରିବା ସହ ରୋଗୀଙ୍କ ଟଙ୍କା ଫେରାଇବାକୁ ସାଇବର ଥାନାକୁ ଜଣାଇଛନ୍ତି ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ । ଖବର ଓଡ଼ିଶା, Reporter, 23/09/2022