ଭୁବନେଶ୍ୱର, ଜାନୁଆରୀ ୧(ଖବର ଓଡ଼ିଶା): ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ସାଇବର ଲୁଟ୍ ହେଉଥିବା ବେଳେ କେବଳ ଡିସେମ୍ବର ମାସରେ ରାଜଧାନୀରୁ ୬୦ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି । ଯାହା ଏବେ ରାଜଧାନୀ ବାସୀଙ୍କ ମନରେ ଛନକା ସୃଷ୍ଟି କରିଛି ।
କମିଶନରେଟ୍ ପୋଲିସ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୂଯାଇ ରାଜଧାନୀ ଭୁବନେଶ୍ୱରରେ ଗତ ମାସରେ ଆଣ୍ଟ୍ରି ଫ୍ରଡ୍ ସେଲରେ ୨୧୩ଟି ସାଇବର ମାମଲା ରୁଜୁ କରାଯାଇଛି । ଏହି ଠକେଇ ଗୁଡିକରେ ରାଜଧାନୀରୁ ୟୁପିଆଇ ଠକେଇ ଦ୍ୱାରା ୬୦ ଲକ୍ଷ ୫୯ ହଜାର ୬୪୯ ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି ।
କେବଳ ଯେ ରାଜଧାନୀ ଭୁବନେଶ୍ୱରରେ ଏ ସ୍ଥିତି ତାହା ନୁହେଁ ଡିସେମ୍ବର ମାସରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରୁ ୨୦୧ଟି ସାଇବର ଠକେଇ ମାମଲା ଜୁରୁ ହୋଇଛି ।