ବିଦେଶିନୀଙ୍କୁ ଦିଲ୍ଲୀରେ ଗଣଦୁଷ୍କର୍ମ ଅଭିଯୋଗ
Khabar Odisha:Crime-rape-Delhi-A-31-yr-old-woman-from-Uzbekistan-was-allegedly-thrashed--gang-raped-by-3-men

ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁସାରେ ଉଜବେକିସ୍ତାନର ଜଣେ ୩୧ ବର୍ଷୀୟ ମହିଳା ୨ ମାସିଆ ଭାରତ ଗସ୍ତରେ ଆସିଥିବା ବେଳେ ଏଭଳି ଘଟଣାର ଶିକାର ହୋଇଛନ୍ତି । 

ବିଦେଶିନୀଙ୍କ ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ଅର୍ଥାତ ଅଗଷ୍ଟ ୧୦ରେ ୩ ଜଣ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇ ବସନ୍ତକୁଞ୍ଜ ଅଂଚଳରେ କାର ଭିତରେ ଦୁଷ୍କର୍ମ କରିଛନ୍ତି । ଘଟଣା ପରେ ଅଭିଯୁକ୍ତମାନେ ମହିଳାଙ୍କୁ ଛାଡ଼ି ଚାଲିଯାଇଛନ୍ତି । ମିହଳା ଜଣକ ଏବାବଦରେ ଏକ ଥାନାରେ ଅଭିଯୋଗ ଆଣିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତିନି ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ମହିଳା ଜାଣିଥିବା ବେଳେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଜାଣି ନାହାନ୍ତି ।  

 

 

  • Tags:

Subscribe

National International State Sports Entertainment