ପସନ୍ଦ ନଥିଲା, ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ
Khabar Odisha:Crime-murder-In-Mumbai-wife-murdered--her-husband-because-she-didnt-like-him

ମୁମ୍ବାଇ, ମାର୍ଚ୍ଚ ୧୦ (ଖବର ଓଡ଼ିଶା): ଜଣେ ନବବିବାହିତା ବିବାହର ତିନି ମାସ ପରେ ନିଜର ସ୍ୱାମୀକୁ କୌଶଳକ୍ରମେ ବିଷ ଦେଇ ହତ୍ୟା କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହତ୍ୟାକାଣ୍ଡ ପଛର କାରଣ ଅଭିଯୁକ୍ତ ମହିଳା ଜଣକ ସ୍ୱାମୀଙ୍କୁ ପସନ୍ଦ କରି ନଥିଲା । ପରିବାର ଲୋକଙ୍କର ଚାପରେ ସେ ବାଧ୍ୟବାଧକତାରେ ବିବାହ କରିଥିଲା । 

ସ୍ୱାମୀଙ୍କୁ ହତ୍ୟା କରିବା ପରେ ସ୍ତ୍ରୀ ପୋଲିସ ନିକଟରେ କହିଛି, ତାଙ୍କର ଘରକୁ ଚୋର ପ୍ରବେଶ କରି ତାଙ୍କରଂ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ମହିଳା ଜଣକ ଏକ ମିଛ କାହାଣୀ ପୁଲିସ ଆଗରେ ରଖି ଅଭିଯୋଗ କରିଛି । ମାତ୍ର ପୋଷ୍ଟମର୍ଟମ ରିପୋର୍ଟରୁ ସତ୍ୟ ଘଟଣା ଜଣାପଡ଼ିଛି । ରିପୋର୍ଟରୁ ଜଣାପଡ଼ିଛି ଯେ, ବିଷ ଯୋଗୁଁ ଯୁବକଙ୍କର ମୃତ୍ୟୁ ଘଟିଛି । ହତ୍ୟା ପରେ ମହିଳା ଜଣକ ସ୍ୱାମୀଙ୍କୁ ଦଉଡିରେ ଫାଶୀ ଲଗାଇ ଦେଇଥିଲା । ପୋଲିସ ଅଭିଯୁକ୍ତ ମହିଳାକୁ ଗିରଫ କରିଛି । 

କଲ୍ୟାଣ ପୂର୍ବସ୍ଥିତ କେଲସେୱାଡି ପରିିସରରେ ଦୁର୍ଗା ମନ୍ଦିର ନିକଟରେ ଜଗଦୀଶ ସାଲୁଙ୍କେ ନିଜର ସ୍ତ୍ରୀ ବୃଷାଳୀ ସହିତ ରହୁଥିଲେ । ବୃଷାଳୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ତାଙ୍କର ଘରେ ଚୋରମାନେ ପ୍ରବେଶ କରି, ନିଜ ଆଖି ଆଗରେ ସ୍ୱାମୀ ଜଗଦୀଶଙ୍କୁ ହତ୍ୟା କରିଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ମୃତଦେହ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା ଯେ, ବିଷ ଯୋଗୁଁ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଜଗଦୀଶକୁ ମହିଳା ଜଣକ ଖାଦ୍ୟରେ ବିଷ ଦେଇ ହତ୍ୟା କରିଥିଲା । ଏହା ପରେ ଏକ ଦଉଡ଼ିରେ ଫାଶୀ ଲଗାଇ ଦେଇଥିଲା । 

 

  • Tags:

Subscribe

National International State Sports Entertainment