ସଂପତ୍ତି ପାଇଁ ମା’-ବାପାଙ୍କୁ ହତ୍ୟା କଲା ଝିଅ, ସୁଟକେଶରେ ଭର୍ତ୍ତି କରି ନାଳରେ ଫିଙ୍ଗିଲା
Khabar Odisha:Crime-murder-Daughter-murdered-her-father-and-mother-for-property-in-New-Delhi

ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଖବର ଓଡ଼ିଶା): କୁହାଯାଏ ଦୂହିତା ଦୁଇ କୂଳକୁ ହିତା । ମାତ୍ର ଦୂହିତା ବେଳେ ବେଳେ ବିଷକନ୍ୟା ପାଲଟି କୂଳରେ କଳଙ୍କ ବି ଲଗାଇପାରୁଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହାକୁ ଶୁଣିଲା ମାତ୍ରେ ଯେକୌଣସି ବ୍ୟକ୍ତିର ଲୋମ ଟାଙ୍କୁରି ଉଠିବ । ପଶ୍ଚିମ ବିହାର ଅଂଚଳରେ ପତି-ପତ୍ନୀଙ୍କୁ ହତ୍ୟା କରାଯାଇଛି । ପୋଲିସ କହିବା ଅନୁସାରେ ଝିଅ ହିଁ ନିଜର ପୁରୁଷ ବନ୍ଧୁଙ୍କ ସହ ମିଶି ଜନ୍ମଦାତ୍ରୀ ମା’ ଓ ବାପାଙ୍କୁ ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ଝିଅ ନିଜର ପିତା-ମାତାଙ୍କ ମୃତଦେହକୁ ସୁନିଯୋଜିତ ଭାବରେ ସୁଟକେଶରେ ଭର୍ତ୍ତି କରି ଏକ ନାଳରେ ଫିଙ୍ଗିଦେଇଛି । ମାତ୍ର ଡ୍ରେନରେ ସୁଟକେଶ ବୋହି ନ ପାରିବାରୁ ହତ୍ୟାକାଣ୍ଡ ପଦାରେ ପଡିଯାଇଛି । ପୋଲିସ ଅଭିଯୁକ୍ତ ଯୁବତୀ ଏବଂ ତା’ର ପୁରୁଷ ବନ୍ଧୁକୁ ଗରିଫ କରିଛି । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ସଂପତ୍ତି ଲୋଭରେ ଏମାନେ ଏଭଳି ହତ୍ୟାକାଣ୍ଡ କରିଛନ୍ତି । 

ପୋଲିସ କହିବା ଅନୁସାରେ ୪୭ ବର୍ଷୀୟ ମହିଳା ଜାଗୀର କୌର ଏବଂ ତାଙ୍କ ସ୍ୱାମୀ ୫୦ ବର୍ଷିଅ ଗୁରୁମୀତ କୌର ନିଲୋଠି ଏକ୍ସଟେଶନରେ ରୁହନ୍ତି । ସେମାନଙ୍କ ୨୬ ବର୍ଷୀୟ ଝିଅ ଦେବିନ୍ଦର କୌର ଓରଫ ସୋନିଆଙ୍କ ବିବାହ ହୋଇ ସାରିଛି । ସେମାନଙ୍କର ୬ ଓ ୫ ବର୍ଷର ୨ ସନ୍ତାନ ମଧ୍ୟ ଅଛନ୍ତି । ମାତ୍ର ବିଗତ ଏକ ବର୍ଷ ହେବ ପତି ଓ ପିଲାମାନଙ୍କୁ ଛାଡି ଉତ୍ତରପ୍ରଦେଶର ଲଖନଉର ଗୋମତୀ ନଗର ଏକ୍ସଟେନଶନ ନିବାସୀ ପ୍ରିନ୍ସ ଦୀକ୍ଷିତ (୨୯) ସହ ରହୁଛି । ଦେବେନ୍ଦ୍ର କୌରଙ୍କ ନଜର ନିଜର ବାପା-ମା’ଙ୍କ ସମ୍ପତ୍ତି ଉପରେ ଥିଲା । ସେ ଏହି ସମ୍ପତ୍ତିକୁ ନିଜ ନାଁରେ କରିବାକୁ ଚାହୁଁଥିଲା । ମାତ୍ର ଏଥିରେ ମା’-ବାପାଙ୍କ ସମର୍ଥନ ନଥିଲା । ଏଥିପାଇଁ ସେ ନିଜର ମା’-ବାପାଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । 

ଗତ ଫେବୃୟାରୀ ୨୧ ନିଜର ୫୦ ବର୍ଷିଅ ପିତା ଗୁରୁମିତ କୌରଙ୍କୁ ପ୍ରଥମେ ଚା’ରେ ନିଦ ବଟିକା ଦେଇଥିଲା । ଏହା ପରେ ପୁରୁଷ ବନ୍ଧୁଙ୍କ ସହିତ ତଣ୍ଟିଚିପି ଦେଇଥିଲା । ମୃତଦେହକୁ ଏକ ସୁଟକେଶ ଭିତରେ ସୁନିୟୋଜିତ ଭାବରେ ଭର୍ତ୍ତି କରି ଦେଇ ନାଳରେ ଫିଙ୍ଗି ଦେଇଥିଲେ । ପିତାଙ୍କୁ ଯେଉଁ ସମୟରେ ଦେବୀନ୍ଦର ହତ୍ୟା କରିଥିଲା, ସେହିସମୟରେ ମା’ ଜଳନ୍ଧର ଯାଇଥିଲେ । ମାର୍ଚ୍ଚ ୨ରେ ଯେତେବେଳେ ମା’ଘରକୁ ଆସିଥିଲେ, ପୂର୍ବଥର ଭଳି ଚା’ରେ ନିଶା ଔଷଧ ପକାଇ ଦେଇଥିଲା ଏବଂ ତଣ୍ଟିଚିପି ମହିଳାଙ୍କୁ ଏକ ସୁଟକେଶରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲା । ମାର୍ଚ୍ଚ ୮ରେ କେହି ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲା ଯେ, ନାଗଲୋଇ ନିକଟରେ ଏକ ଡ୍ରେନରେ ସୁଟକେଶ ଅଟକିଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଂଚି ଏହାକୁ ଉଦ୍ଧାର କରିବା ପରେ ଘଟଣା ଧିରେ ଧିରେ ପଦାକୁ ଆସିଥିଲା । 

  

 

  • Tags:

Subscribe

National International State Sports Entertainment