କୁଖ୍ୟାତ ଅପରାଧୀ ସେକ ନବୀ ଏନକାଉଣ୍ଟରରେ ଆହତ, କେନ୍ଦ୍ରାପଡ଼ା ହସ୍ପିଟାଲରେ ଭର୍ତ୍ତି
Khabar Odisha:Crime-encounter-Shek-Navi-injured-during-police-encounter-in-Kendrapara

ଭୁବନେଶ୍ୱର, ଏପ୍ରିଲ ୧୩ (ଖବର ଓଡ଼ିଶା): କୁଖ୍ୟାତ ଅପରାଧୀ ସେକ ନବୀକୁ କେନ୍ଦ୍ରାପଡ଼ା ପୋଲିସ ଶନିବାର ଭୋର ୪ଟାରେ ଏନକାଉଣ୍ଟର କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେକ ନବୀକୁ ପୋଲିସ ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ କୋରୁଆ-ନରେନ୍ଦ୍ରପୁର ରୋଡର ସାନବେତରା ନିକଟରେ ପୋଲିସକୁ ଦେଖିବା ମାତ୍ରେ ସେ ଛାନିଆ ହୋଇଯାଇଥିଲା । ସେ କାଳ ବିଳମ୍ବ ନକରି ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି କରି ଖସି ପଳାଇବାକୁ ଉଦ୍ୟମ କରିଥିଲା । ମାତ୍ର ପୋଲିସ ଏନକାଉଣ୍ଟରୁ ବର୍ତ୍ତି ପାରି ନଥିଲା । 

ପାଟକୁରା ଥାନା କ୍ରିଷ୍ଣାନନ୍ଦପୁର ନିବାସୀ ସେକ ନବୀ ଅନେକଗୁଡ଼ି ଅପରାଧ ଘଟଣା ସହିତ ଜଡ଼ିତ । ପୋଲିସ ସେକ ନବୀକୁ ବହୁ ଦିନରୁ ଖୋଜୁଥିଲା । ମାତ୍ର ନବୀ ପୋଲିସର ସୂଚନା ପାଇବା ମାତ୍ରେ ଖସି ପଳାଇ ଯାଉଥିଲା । ଅର୍ଜୁନପୁର ନକଟରେ ନବୀ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ପହଂଚି ଏନକାଉଣ୍ଟ କରିଥିଲା । ସେକ ନବୀର ବାମ ଗୋଡରେ ୨ଟି ଗୁଳି ବାଜିଛି । ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନବୀ ନାଁରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।  ପୋଲିସ ଘଟଣାସ୍ଥଳରୁ ଏକ ବନ୍ଧୁକ, ସ୍କୁଟି, ମୋବାଇଲ ଜବତ କରିଥିବା ଜଣାପଡ଼ିଛି ।

 

  • Tags:

Subscribe

National International State Sports Entertainment