ଯୌନ ଉତ୍ପୀଡ଼ନ ମାମଲା: ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ପ୍ରଫେସର ସୂର୍ଯ୍ୟନାରାୟଣ ନିଲମ୍ବିତ
Khabar Odisha:Crime-UP-Professor-Surya-Narayan-of-Allahabad-University-suspended-in-a-sexual-assault-case

ପ୍ରୟାଗରାଜ, ଏପ୍ରିଲ ୧୧ (ଖବର ଓଡ଼ିଶା): ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଭାଗର ପ୍ରଫେସର ଡ. ସୂର୍ଯ୍ୟନାରାୟଣଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ନିଲମ୍ବିତ କରି ଦିଆଯାଇଛି । ଏହି ନିଷ୍ପତ୍ତି ବୁଧବାର ଆହ୍ଳାବାଦ ୟୁନିଭରସିଟିର ଏକଜ୍ୟୁକେଟିଭ କାଉନସିଲ ବୈଠକରେ ନିଆଯାଇଛି । ଏହି ମାମଲାରେ ଡ. ସୂର୍ଯ୍ୟନାରାୟଣଙ୍କ ବିରୋଧରେ ପୋଲିସ ଯାଞ୍ଚ କରୁଛି । 

ଆହ୍ଲାବାଦ ୟୁନିଭରସିଟିର ହିନ୍ଦୀ ବିଭାଗରେ ଅତିଥି ପ୍ରଫେସର ସୂର୍ଯ୍ୟନାରାୟଣଙ୍କ ବିରୋଧରେ ଜଣେ ମହିଳା ନିଜର ଶେଷ କାର୍ଯ୍ୟ ଦିବସରେ ୨୦୧୭ ଏପ୍ରିଲ ୩୦ରେ ଅଭିଯୋଗ ଆଣିଥିଲେ । ସୂର୍ଯ୍ୟ ନାରାୟଣ ଶିକ୍ଷା ବର୍ଷ ୨୦୧୭-୧୮ରେ ହିନ୍ଦୀ ବିଭାଗରେ ଅତିଥି ପ୍ରଫେସର ଭାବେ କାମ କରୁଥିଲେ । ମାତ୍ର ୨୦୧୮ ଏପ୍ରିଲ ୩୦ ପରେ ବିଶ୍ୱବିଦ୍ୟାଳୟ ଛାଡ଼ି ଦେଇଥିଲେ । କାରଣ ସେତେବେଳକୁ ହିନ୍ଦୀ ବିଭାଗରେ ସ୍ଥାୟୀ ପ୍ରଫେସର ନିଯୁକ୍ତି ଦିଆଯାଇ ସାରିଥିଲା । 

ଏହି ମାମଲାରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଗଠିତ କମିଟିର ସମ୍ମୁଖରେ ଡ. ସୂର୍ଯ୍ୟନାରାୟଣ ୨୦୧୭ ଅଗଷ୍ଟରେ ନିଜର ପକ୍ଷ ରଖିଥିଲେ । ଦୁଇ ଦିନ ପୂର୍ବରୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ବିବାଦକୁ ଆସିଥିବା ହିନ୍ଦୀ ବିଭାଗର ଏହି ସହଯୋଗୀ ପ୍ରଫେସର କୁଳପତିଙ୍କୁ ଛୁଟି ମାଗିଥିଲେ । ଏଥି ସହିତ ସେ ଉଚ୍ଚସ୍ତରୀୟ ଯାଂଚ ଦାବି କରିଥିଲେ । ମାମଲା ଦୁଇ ବର୍ଷର ପୁରୁଣା ହୋଇଥିଲେ ବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ବିବାଦକୁ ଆସିଛି । ଅନ୍ୟପକ୍ଷରେ ସୂର୍ଯ୍ୟନାରାୟଣ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । 

 

 

  • Tags:

Subscribe

National International State Sports Entertainment