ତେଲେଙ୍ଗାନା: ଗଣଦୁଷ୍କର୍ମ ପରେ ହତାଶ ହୋଇ ଆତ୍ମହତ୍ୟା କଲା ୧୫ ବର୍ଷୀୟ ଛାତ୍ରୀ
Khabar Odisha:Crime-Two-rapped-a-minor-girl-in-Warangal-of-Telengana-girl-kills-self

ୱାରଙ୍ଗଲ, ଅଗଷ୍ଟ ୧୨ (ଖବର ଓଡ଼ିଶା): ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହେବା ପରେ ଜଣେ ୧୫ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଛି । ଏଠାରେ ୨ ଜଣ ଅଭିଯୁକ୍ତ ୧୫ ବର୍ଷୀୟ ଛାତ୍ରୀକୁ ଗଣଦୁଷ୍କର୍ମର ଶିକାର କରିଛନ୍ତି । 

ପୋଲିସ କହିଛି, ନବମ ଶ୍ରେଣୀ ଛାତ୍ରୀକୁ ଅଭିଯୁକ୍ତ ୨ ଛାତ୍ର ବାଇକରେ ବୁଲାଇଥିଲେ । ଏହି ସମୟରେ ସେମାନେ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ । ଏହା ପରେ ନିଜର ଆଶା ପୂରଣ କରିଥିଲେ । ପରେ ସନ୍ଧ୍ୟା ହେବାରୁ ନାବାଳିକାର ଘର ନିକଟରେ ଗୁରୁତର ଅବସ୍ଥାରେ ଛାଡ଼ି ଦେଇ ଚାଲି ଯାଇଥିଲେ । ଏସପି କହିଛନ୍ତି, କିଛି ଲୋକ ନାବାଳିକାକୁ ତା’ର ଘରକୁ ପହଂଚାଇ ଦେଇଥିଲେ । ଚେତା ଫେରିବା ପରେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ପରିବାର ଲୋକଙ୍କୁ କହିଥିଲା । ପୋଲିସ କହିଛି, ଛାତ୍ରୀ ନିଜର ଜେଜେ ମା’ଙ୍କ ନିକଟରେ ରହୁଥିଲା । ଗଣଦୁଷ୍କର୍ମର ଶିକାର ହେବା ପରେ ସ୍ତବ୍ଧ ହୋଇ ରହୁଥିଲା । ଶେଷରେ ନାବାଳିକାର ମୃତଦେହ ରବିବାର ସକାଳୁ ଉଦ୍ଧାର କରାଯାଇଛି । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚାରାଉଚରା କରୁଛି । 

    

 

  • Tags:

Subscribe

National International State Sports Entertainment