ଆସାମରେ ଦିବ୍ୟାଙ୍ଗ ସ୍ୱାମୀଙ୍କ ସମ୍ମୁଖରେ ଦୁଷ୍କର୍ମର ଶିକାର ହେଲେ ମହିଳା, ୩ ଅଭିଯୁକ୍ତ ଗିରଫ
Khabar Odisha:Crime-Three-people-arrested-raping-woman-in-front-of-her-husband-in-Assam

ଡେବ୍ରିଗଡ଼, ଅଗଷ୍ଟ ୧୨ (ଖବର ଓଡ଼ିଶା): ଆସାମର ଡେବ୍ରିଗଡ଼ର ବୋକପାରାରେ ଏକ ଅମାନୁଷିକତା କର୍ମ ସଂପର୍କୀତ ମାମଲା ଲୋକଲୋଚନକୁ ଆସିଛି । ଏଠାରେ ଜଣେ ମହିଳା ନିଜର ଦିବ୍ୟାଙ୍ଗ ସ୍ୱାମୀଙ୍କ ସମ୍ମୁଖରେ ତିନି ଜଣ ଅଭିଯୁକ୍ତଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏଏସପି ଧ୍ରୁବ ବୋରା କହିଛନ୍ତି, ଅଭିଯୁକ୍ତ ପାଣି ନେବା ଆଳ ଦେଖାଇ ଘରେ ପ୍ରବେଶ କରିଥିଲେ । ଏହା ପରେ ସେମାନେ ସୁଯୋଗ ଦେଖି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହିଳା ନିଜ ଘରେ ଶୋଇଥିଲେ । ଏହି ସମୟରେ ୩ ଜଣ ଅଭିଯୁକ୍ତ ପାଣି ପିଇବା ଆଳ ଦେଖାଇ ମହିଳାଙ୍କ ଘରକୁ ପହଂଚିଥିଲେ । ସେମାନେ ଘର କବାଟରେ ଠକ ଠକ ଶବ୍ଦ କରିଥିଲେ । ଯେତେବେଳେ ଦଂପତ୍ତି କବାଟ ଖୋଲି ଥିଲେ, ସେହି ସମୟରେ କବାଟ ଠେଲି ଅଭିଯୁକ୍ତମାନେ ପ୍ରବେଶ କରିଥିଲେ । ଏହା ପରେ ସ୍ୱାମୀଙ୍କ ସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । 

ମହିଳାଙ୍କ ଘର ଗାଁର ଶେଷ ଭାଗରେ ଥିଲା । ଏହି କାରଣରୁ ସେ କୌଣସି ଲୋକଙ୍କ ଠାରୁ ସାହାଯ୍ୟ ପାଇପାରି ନଥିଲେ । ଘଟଣା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲା । 

  

 

  • Tags:

Subscribe

National International State Sports Entertainment