ପଞ୍ଜାବ: ଲୁଧିଆନାରେ ୨୦ ମିନିଟରେ ୩୦ କେଜି ସୁନା ଲୁଟିନେଲେ ଦୁର୍ବୃତ୍ତ
Khabar Odisha:Crime-Punjab-30-kg-gold-was-looted-in-hudhiana-in-20-minutes-in-Punjab-on-day-broad-light

ଚଣ୍ଡିଗଡ଼, ଫେବୃଆରୀ ୧୮ (ଖବର ଓଡ଼ିଶା): ପଞ୍ଜାବରେ ୪ ଜଣ ସଶସ୍ତ୍ର ଡକାୟତ ଦିନ ଦ୍ୱିପ୍ରହରରେ ଏକ ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀ ଠାରୁ ବନ୍ଧୁକ ଦେଖାଇ ୩୦ କିଲୋଗ୍ରାମ ସୁନା ଲୁଟ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ପୋଲିସ ସୋମବାର ଦିନ ଏହି ସୂଚନା ଦେଇଛି । ପୋଲିସ କହିଛି, ଚଣ୍ଡିଗଡ଼ର ଗିଲ ରୋଡରେ ଇଣ୍ଡିଆ ଇନଫୋଲାଇନ ଫାଇନାନ୍ସ ଲିମିଟେଡ (ଆଇଆଇଏଫଏଲ) କମ୍ପାନୀରୁ ପୂର୍ବାହ୍ନ ୧୧ଟାରେ ଏହି ଡକାୟତି ହୋଇଛି । ସୁନା ଲୁଟ ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । 

ଦୁର୍ବୃତ୍ତମାନେ କମ୍ପାନୀର କର୍ମଚାରୀଙ୍କୁ ପ୍ରଥମେ ଦଉଡିରେ ବାନ୍ଧିଦେଇଥିଲେ । ମାତ୍ର ୨୦ ମିନିଟରେ ଏହି ଲୁଟ ହୋଇଥିବା ପୋଲିସ କହିଛି । ଲୁଟ ହୋଇଥିବା ସୁନାର ମୂଲ୍ୟ ୧୨ କୋଟି ଟଙ୍କା । ଏହି ଅଫିସ ନିକଟରେ ଅପରାଧ ତଦନ୍ତ କାର୍ଯ୍ୟାଳୟ ଅଛି । 

ପୋଲିସ କମିସନର ରାକେଶ ଅଗ୍ରୱାଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଦୁର୍ବୃତ୍ତମାନେ ଆଇଆଇଏଫଏଲ କର୍ମଚାରୀଙ୍କ ଆଲାରାମ ବଜାଇଥିଲେ । ଏହା ପରେ ସେମାନେ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ଘଟଣା ସମୟରେ ୫ ଜଣ କର୍ମଚାରୀ ଥିଲେ ଏବଂ କୌଣସି ଗ୍ରାହକ ନ ଥିଲେ । 

     

 

  • Tags:

Subscribe

National International State Sports Entertainment