ଯୈାତୁକ ପାଇଁ ବଧୂହତ୍ୟା
Khabar Odisha:Crime-Odisha-woman-died-under-mysterious-circumstancesmurder-over-dowry
ଖୋର୍ଦ୍ଧା, ମେ ୧୬ (ଖବର ଓଡ଼ିଶା):

ଖୋର୍ଦ୍ଧା ବଡ଼ସିରେଇପୁର ଗାଁରେ ଅଭାବନୀୟ ଘଟଣା । ଯୈାତୁକ ପାଇଁ ବୋହୂକୁ ଶାଶୁଘର ଲୋକେ ମାରିଦେଇଥିବା ଅଭିଯୋଗ ଆସିଛି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରେ ଯୋ÷ତୁକ ପାଇଁ ବଧୂହତ୍ୟା ଅଭିଯୋଗ ହୋଇଛି । ବଡ଼ସିରେଇପୁର ଗାଁ ମୃତ ମହିଳାଜଣକ ବର୍ଷକ ତଳେ ବିବାହ କରିଥିଲେ । ଶାଶୁଘର ଲୋକ ବିବାହ ପରଠାରୁ ଯୈାତୁକ ପାଇଁ ମହିଳାଙ୍କୁ ନିର୍ଯ୍ୟାତନା ଦେଉଥିଲେ । କାଲି ବାଣପୁର ଥାନାରେ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା ପରେ ସମସ୍ତେ ଘରକୁ ଫେରିଥିଲେ । ବିଳମ୍ବିତ ରାତିରେ ବୋହୂ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଥିଲେ । ଶାଶୁଘର ଲୋକେ ଝିଅକୁ ଜବରଦସ୍ତ ବିଷ ପିଆଇ ଦେଇ ହତ୍ୟା କରିଥିବା ମୃତ ମହିଳାଙ୍କ ମା କହିଛନ୍ତି । ବୋହୂର ବାପଘର ଲୋକେ ବାଣପୁର ଥ।।ନାରେ ହତ୍ୟା ଅଭିଯୋଗ କରିବା ପରେ ମୃତ ମହିଳାଙ୍କ ସ୍ୱାମୀ, ମାଇଁ ,ମାମୁଁପୁଅ ଓ ନଣନ୍ଦକୁ ପୋଲିସ ଅଟକ ରଖିଛି । 

  • Tags:

Subscribe

National International State Sports Entertainment