ରାଜଧାନୀରେ ମାତିଛନ୍ତି ଲୁଟେରା
Khabar Odisha:Crime-Odisha-loot-fear-in-bhubaneswar
ଭୁବନେଶ୍ୱର, ମାର୍ଚ୍ଚ ୧୫(ଖବର ଓଡ଼ିଶା): ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନଦ୍ୱିପହରେ ମଧ୍ୟ ଚାଲିଛି ଲୁଟପାଟ । ଚନ୍ଦ୍ରଶେଖର ଥାନା ଶୈଳେଶ୍ରୀବିହାର ଫେଜ-୭ରେ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ କରି ମାରିଦେବାକୁ ଧମକ ଦେଇ ୫ଜଣ ଲୁଟେରା ଫେରାର ହ

ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନଦ୍ୱିପହରେ ମଧ୍ୟ ଚାଲିଛି ଲୁଟପାଟ । ଚନ୍ଦ୍ରଶେଖର ଥାନା ଶୈଳେଶ୍ରୀବିହାର ଫେଜ-୭ରେ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ କରି ମାରିଦେବାକୁ ଧମକ ଦେଇ ୫ଜଣ ଲୁଟେରା ଫେରାର ହୋଇଯାଇଛନ୍ତି ।

ସୂଚନା ମୁତାବକ, ଭୁବନେଶ୍ୱର ଚନ୍ଦ୍ରଶେଖର ଥାନା ଶୈଳେଶ୍ରୀବିହାର ଫେଜ-୭ରେ ଆତଙ୍କ  । ସେହି ଅଂଚଳର ଗୋଟିଏ ଦମ୍ପତି ମର୍ଣ୍ଣଂ ୱାକ କରୁଥିଲେ । ସେହି  ସମୟରେ ଦୁଇଟି ବାଇକରେ ୫ଜଣ ଦୁର୍ବୁତ୍ତ ଆସିଥିଲେ । ମହିଳାଙ୍କ ବେକରେ କଟୁରୀ ଲଗାଇ ଲୁଟ ଉଦ୍ୟମ କରିଥିଲେ ଲୁଟେରା । ମହିଳାଙ୍କ ସ୍ୱାମୀ ଲୁଟରାମାନଙ୍କୁ ବିରୋଧ କରିବାରୁ ତାଙ୍କୁ କଟୁରୀରେ ହାଣି ଦେଇଥିବା ସୂଚନା ମିଳିଛି । ଏହି ଘଟଣାର ଶିକାର ହୋଇଥିବା ଦମ୍ପତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ େସେମାନଙ୍କ ପାଖକୁ ଆସିବାରୁ ଲୁଟେରା ପଥର ଫୋପାଡ଼ିଥିଲେ । ପଥର ମାରି ଘର କାଚ ଭାଙ୍ଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଫେରାର ହୋଇଗଲେ ଲୁଟେରା ।

Subscribe

National International State Sports Entertainment