ରାଜଧାନୀରେ ମାତିଛନ୍ତି ଲୁଟେରା, କାରରୁ ୩ଲକ୍ଷ ଟଙ୍କାର ଅଳଙ୍କାର ଲୁଟ
Khabar Odisha:Crime-Odisha-gold-Ornaments-loot-from-car-in-Bhubaneswar
ଭୁବନେଶ୍ୱର, ଜୁଲାଇ ୧୦(ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଦିନଦ୍ୱପ୍ରହରେ ମଧ୍ୟ ଲୁଟର ଭୟ ଲୋକଙ୍କୁ ଘାରିଛି । ଆଜି ସ୍ୱଷ୍ଟଦିବାଲୋକରେ ଜଣେ ଇଞ୍ଜିନିୟରଙ୍କ କାରରୁ ୩ଲକ୍ଷ ଟଙ୍କାର ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ଆସିଛି ଭୁବନେଶ୍ୱରରେ । 

ସୂଚନାନୁସାରେ, ଭୁବନେଶ୍ୱର ଉପକଣ୍ଠ ନୟାପଲ୍ଲୀ ଅଂଚଳରୁ ଜଣେ ବ୍ୟକ୍ତିଙ୍କ କାରରୁ ଲୁଟ ହୋଇଛି । ଜଣେ ଇଞ୍ଜିନିୟର ନୟାପଲ୍ଲୀ ପାସପୋର୍ଟ ଅଫିସ ସମ୍ନାରେ କାର ରଖି ପାସପୋର୍ଟ ଅଫିସ ଯାଇଥିବା ବେଳେ ଲୁଟେରା ଆସି ଲୁଟ କରିଥିବା ଜଣାପଡ଼ିଛି । ଗାଡ଼ି ଭିତରୁ ଦୁର୍ବୃତ୍ତ ସୁନା ଅଳଙ୍କାର ସହ ମୋବାଇଲ ଓ ଏଟିଏମ କାର୍ଡ଼ ଲୁଟିନେଇଛନ୍ତି । ଲୁଟ ଅଳଙ୍କାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବା ଅନୁମାନ କରାଯାଉଛି । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ଛାନଭିନ କରୁଛି । 

  • Tags:

Subscribe

National International State Sports Entertainment