ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ
Khabar Odisha:Crime-Odisha-attack-on-Old-couple-While-Sleeping-in-their-home
ମୟୂରଭଞ୍ଜ, ମେ ୧୭(ଖବର ଓଡ଼ିଶା):

ମୟୂରଭଞ୍ଜ ଜରକ ଗାଁରେ ବୃଦ୍ଧ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ଶୋଇଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡ଼ିଛି । ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅନ୍ତର୍ଗତ ମହୁଲଡ଼ିହା ଥାନା ଜରକ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ମରଣାସ୍ତ୍ରରେ କେହି ଦୁର୍ବୃତ୍ତ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବୃଦ୍ଧଙ୍କ ବେକକୁ ଚୋଟ ମାରିଥିବାରୁ ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଗୁରତର ଅବସ୍ଥାରେ ବୃଦ୍ଧା କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି  କରାଯାଇଛି । ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି  । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment