ପ୍ରେମ ଜାଲରେ ଫସାଇ ମହିଳାଙ୍କ ଠାରୁ ୧୦ଲକ୍ଷ ହଡ଼ପ
Khabar Odisha:Crime-Odisha-Woman-allegedly-duped-of-Rs-10-lakh-by-her-lover
ବାଲେଶ୍ୱର, ଏପ୍ରିଲ ୧୩(ଖବର ଓଡ଼ିଶା):

ବାଲେଶ୍ୱରର ଜଣେ ମହିଳାଙ୍କୁ ପ୍ରତାରଣା କରି ୧୦ଲକ୍ଷ ହଡ଼ପ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଏତଲା ଆଧାରରେ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ଜଣେ ମହିଳା ଠକାମିର ଶିକାର ହୋଇଛନ୍ତି । ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ନାଁରେ ଆଜି ମହିଳା ଜଣକ ପ୍ରତାରଣା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି । ଦୁଇ ବର୍ଷ ଧରି ମହିଳାଙ୍କ ସହ ପେଟ୍ରୋଲ ପମ୍ପ ମାଲିକ ଜଣକ ପ୍ରେମ ସମ୍ପର୍କ ରଖିଥିଲେ । ପେଟ୍ରୋଲ ପମ୍ପ ମାଲିକ ମହିଳାଙ୍କୁ  ଧିରେ ଧିରେ ନିଜ ଜାଲରେ ଫସାଇ ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ସୋର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment