ସୋନପୁରରେ ସାର ଚୋରାଚାଲାଣ, ୬୦୦ ପ୍ୟାକେଟ୍‌ ସାର ଜବତ
Khabar Odisha:Crime-Odisha-Urea-laden-truck-seized-in
ସୋନପୁର ,ଫେବୃଆରୀ ୦୯(ଖବର ଓଡ଼ିଶା):

 ସାର ଚୋରାଚାଲାଣକୁ ରାକେଟ୍‌କୁ ଧରିଛନ୍ତି ସାଧାରଣ ଲୋକ । ସୋନପୁର ଗୁଲୁଣ୍ଡାରେ ସାର ବୋଝେଇ ଗୋଟିଏ ଟ୍ରକ ସହ ଅନ୍ୟ ୩ଟି ଗାଡ଼ିରୁ ଜବତ ୬୦୦ ପ୍ୟାକେଟ ସାର ଜବତ କରାଯାଇଛି । ସେହି ଅଞ୍ଚଳରେ  ସାର ଅଭାବ ରହୁଥିବା ବେଳେ ଲକ୍ଷାଧିକ ଟଙ୍କାର ସାର ଚାଲାଣ ଦେଖି ଲୋକେ ଚକିତ ହୋଇଛନ୍ତି ।

ସୋନପୁର ଜିଲ୍ଲା ବିନିକା ଗୁଲୁଣ୍ଡାଠାରେ ସାର ଚୋରାଚାଲାଣ ବେଳେ ସ୍ଥାନୀୟ ଲୋକେ ଜବତ କରିଛନ୍ତି । ବେଧଡ଼କ ଭାବେ ଖୁଲମ ଖୁଲା ଯାଉଥିଲା ସାର ବୋଝେଇ ଟ୍ରକ । ଗୋଟିଏ ଟ୍ରକ ସହ ଅନ୍ୟ ୩ଟି ନମ୍ବରବିହିନ ଗାଡିରୁ ୬୦୦ ପ୍ୟାକେଟ ସାର ମିଳିଛି । ବିନା କାଗଜପତ୍ରରେ ଚାଲୁଥିବା ଗାଡ଼ିରେ ସାର ଚାଲାଣ କରାଯାଉଥିଲା  । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ସାର କେଉଁ ଆଡ଼େ ଚାଲାଣ ହେଉଥିଲା । ଅନ୍ୟପକ୍ଷରେ ସେହି ଅଞ୍ଚଳରେ ସାର ଅଭାବୀ ବିକ୍ରି ହେଉଥିବାବେଳେ ଲକ୍ଷାଧିକ ଟଙ୍କାର ସାର ଚାଲାଣକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜବତ ହୋଇଥିବା ସାରର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କାର ଇଫକୋ ସାର ।

Subscribe

National International State Sports Entertainment