ଡ଼କାୟତ ଗ୍ୟାଙ୍କ ଉପରେ ଚଢାଉରେ ୨ଗିରଫ, ୩ବନ୍ଧୁକ ଜବତ
Khabar Odisha:Crime-Odisha-2-lootera-arrested-3guns-found
ଗଜପତି, ମାର୍ଚ୍ଚ ୧୩ (ଖବର ଓଡ଼ିଶା) :

ମୋହନା କୁଆଁପଡ଼ା ଓ ଭାଲୁପଡ଼ାରୁ ବନ୍ଧୁକ ଆର .ଉଦୟଗିରି ପୋଲିସ ଜବତ କରିଛି । ତିନୋଟି ବନ୍ଧୁକ ଜବତ ହୋଇଛି ଏବଂ ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଜଣେ ଡ଼କାୟତ ଚମ୍ପଟ ମାରିଛି ।

ଗଜପତି ଜିଲ୍ଳା ମୋହନା କୁଆଁପଡ଼ା ଓ ଭାଲୁପଡ଼ାରୁ ଆର. ଉଦୟଗିରି ପୋଲିସ ପେଟ୍ରାଲିଂ ବେଳେ ଏକ ଡ଼କାୟତଙ୍କ ଆଡ୍ଡା ଧରାପଡ଼ିଛି । ବିଭିନ୍ନ ଡ଼କାୟତି ଓ ଅପରାଧ ମାମଲାରେ ସମ୍ପୃକ୍ତ ଥିବା ଡ଼କାୟତ ଗ୍ୟାଙ୍ଗ ଉପରେ ଚଢାଉ କରି ପୋଲିସ ତିନୋଟି ବନ୍ଧୁକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଚମ୍ପଟ ମାରିଛି ।

Subscribe

National International State Sports Entertainment