ଦିନାଡ଼ିଆ ପରିବାରର ଚାରିଜଣଙ୍କୁ ହତ୍ୟା ମାମଲାରେ ତିନି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
Khabar Odisha:Crime-Odisha-Puri-dinadhia-Murder-case-accused-got-punishment
କୋଣାର୍କ ,ଫେବୃଆରୀ ୦୮(ଖବର ଓଡ଼ିଶା) :

 ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଦିନାଡ଼ିଆରେ ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା ଘଟଣାରେ ତିନିଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ନିମାପଡ଼ାର ଏଡ଼ିଜେ କୋର୍ଟ । ସମ୍ପତ୍ତି ଲୋଭରେ ଦିନବନ୍ଧୁଙ୍କ ପରିବାରର 4 ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରହିମ ଖାନ ,ତାଙ୍କ ପତ୍ନୀ ଆଇସା ବେଗମ ଫକୀର ମଲ୍ଲିକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ମାମଲାର ଆଜି ଶୁଣାଣି  କରି କୋର୍ଟ 3 ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ,ଦିନାଡ଼ିଆରେ ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ ଖାନ ,ତାଙ୍କ ପତ୍ନୀ ଆଇସା ବେଗମ ଓ ମୃତ ଦିନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକଙ୍କୁ ଗିରଫ କରିଥିଲା ପୋଲିସ ।

୨୦୧୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଅସ୍ତରଙ୍ଗ ଥାନା ଦିନାଡ଼ିଆରେ ଅବସର ପ୍ରାପ୍ତ ଡ଼ିଆଇ ଦିନବନ୍ଧୁ ମଲ୍ଳୀକ, ତାଙ୍କ ପତ୍ନୀ ନିର୍ମଳା ,୧୨ ବର୍ଷର ଝିଅ ସାସ୍ୱତୀ ଓ ଚାରି ବର୍ଷର ଝିଅ ପ୍ରଣତିକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।  ଏହି ଘଟଣାଟି ସ୍ଥାନୀୟ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । 

Subscribe

National International State Sports Entertainment