ରାଜ୍ୟକୁ ପୁଣି ଲଜ୍ଜା! ଆଶ୍ରମ ସ୍କୁଲରେ ନବମଶ୍ରେଣୀ ଛାତ୍ରୀ ଗର୍ଭବତୀ
Khabar Odisha:Crime-Odisha-Minor-girl-pregnent-in-mayurbhanj
ମୟୁରଭଞ୍ଜ, ଫେବୃଆରୀ ୦୯(ଖବର ଓଡ଼ିଶା)

: ରାଜ୍ୟକୁ ପୁଣି ଲଜ୍ଜା । କନ୍ଧମାଳ ଓ ବାରିପଦା ପରେ ଏବେ ମୟୁରଭଞ୍ଜରେ ନାବାଳିକା ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଉଦଳା ଅଞ୍ଚଳର ଏକ ଆଶ୍ରମ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । 

ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଏକ ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣା ପ୍ରଘଟ ହୋଇଛି । ନାବାଳିକା ଜଣକ ନବମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ପୀଡିତା ନାବାଳିକା ଜଣକ କପ୍ତପଦା ଥାନା ଅଞ୍ଚଳରୁ ଆସି ଏହି ଆଶ୍ରମ ସ୍କୁଲରେ ପଢୁଥିଲା । ବହୁ ପଚରାଉଚରା ପରେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଉଦଳା ଥାନାରେ ଅଭିଯୋଗ କରିଛନ୍ତି । ଏବେ ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି । 

ତେବେ ଦିନକୁ ଦିନ ଏଭଳି ଘଟଣା ରାଜ୍ୟରେ ବୃଦ୍ଧି ପାଉଛି । ନାବାଳିକାମାନେ ଏହି ଅତ୍ୟାଚାରରେ ଶୀକାର ହେଉଛନ୍ତି । ଦିନକୁ ଦିନ ଏଭଳି ଘଟଣା ବୃଦ୍ଧି ପାଉଥିବା ସମୟରେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗୁ ନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି କଣ ପାଇଁ ତାହା ଏବେ ସର୍ବ ସମ୍ମୁଖରେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି । 

Subscribe

National International State Sports Entertainment