ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ
Khabar Odisha:Crime-Odisha-Brown-sugar-found-from-bhubaneswar
ଭୁବନେଶ୍ୱର, ମେ ୧୭(ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପୁଣି ଭୁବନେଶ୍ୱରର ଦୁଇଟି ସ୍ଥାନରୁ ୬୦ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।

ଭୁବନେଶ୍ୱର ବର୍ତ୍ତମାନ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଲାଣି । ଆଜି ମଞ୍ଚେଶ୍ୱର ଅଂଚଳରେ ଚଢାଉ କରି ଗୁଇନ୍ଦା ବିଭାଗ ୫୨ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି । ଏଥିରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପଟେ ପୁଣି କେନ୍ଦ୍ରାଂଚଳ ଗୁଇନ୍ଦା ବିଭାଗ ସାଲିଆ ସାହିରୁ ୧୮ଗ୍ରାମର ବ୍ରାଉନସୁଗାର ଜବତ କରିଛି । ସାଲିଆ ସାହିରୁ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି  । ଜବତ ୧୮ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ।

  • Tags:

Subscribe

National International State Sports Entertainment