ପ୍ରେମ ପାଇଁ ଛାତ୍ରୀଙ୍କୁ ହାଣିଲା ଛାତ୍ର
Khabar Odisha:Crime-Odisha-Boy-allegedly-hacks-a-girl-schoolmate-of-City-School-at-Fakirpur-over-unrequited-love
କେନ୍ଦୁଝର ,ମାର୍ଚ୍ଚ ୧୧(ଖବର ଓଡିଶା):

କେନ୍ଦୁଝର ଆନନ୍ଦପୁର ସିଟି ସ୍ଲୁଲରେ ଜଣେ ଛାତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଛି ବିଦ୍ୟାଳୟର ଜଣେ ଛାତ୍ର ।  ଗୁରୁତର ଛାତ୍ରୀଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରେମଜନିତ କାରଣରୁ ଛାତ୍ରଟି ଭୁଜାଲିରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ପୋଲିସ ବର୍ତ୍ତମାନ ଛାତ୍ର ଜଣକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାନୁସାରେ ,କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସିଟି ସ୍ଲୁଲରେ ଛାତ୍ର ଏବଂ ଛାତ୍ରୀ ଦୁହେଁଏକା ସାଙ୍ଗରେ ପଢୁଥିଲେ । ଛାତ୍ରଜଣକ ଛାତ୍ରୀଟିକୁ ଏକତରଫା ପ୍ରେମ କରୁଥିଲେ । ଛାତ୍ରୀ ପ୍ରେମ ନିବେଦନକୁ ସ୍ୱୀକାର ନକରିବାରୁ  ଛାତ୍ରଜଣକ ରାଗିଯାଇ ଏଭଳି ନୃଶଂସ ଭାବେ ଭୁଜାଲି ଦ୍ୱାରା ଆକ୍ରମଣ କରିଛି ବୋଲି ସନ୍ଦେହ କରାଯାଉଛି । ଛାତ୍ରଟିର ଆକ୍ରମଣରେ ଛାତ୍ରୀଜଣକ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା । ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଛାତ୍ରୀଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଟିକୁ ଅଟକ ରଖିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।   

Subscribe

National International State Sports Entertainment