ପାଟଣାଗଡରୁ ବଲାଙ୍ଗିର ଜେଲକୁ ଗଲା ପୁଞ୍ଜିଲାଲ
Khabar Odisha:Crime-Odisha-Bolangir-gift-bom-blast-accused-Punjilal-shifted-to-bolangir-jail
ବଲାଙ୍ଗିର,ଫେବୃଆରୀ ୦୮(ଖବର ଓଡ଼ିଶା) :

 ବହୁ ଚର୍ଚ୍ଚିତ ପାଟନାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପାଟଣାଗଡ଼ରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଛି ।

ଗିରଫ ହୋଇଥିବା ପୁଞ୍ଜିଲାଲଙ୍କୁ ପ୍ରଥମେ ପାଟଣାଗଡ଼ ଜେଲରେ ରଖାଯାଇଥିଲା । ପରେ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ପୁଞ୍ଜିଲାଲ ମେହେର ।  ତେବେ ବଲାଙ୍ଗିର ଜେଲରେ ସୁଶାନ୍ତ ଧଳସାମନ୍ତ ଭଳି କୁଖ୍ୟାତ ଅପରାଧି ରହିଛନ୍ତି ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍ ମେହେରଙ୍କୁ କ୍ରାଇମବ୍ରାଞ୍ଜ ଗିରଫ କରିଥିଲା । ରାୟପୁରରୁ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ମିଳିଥିଲା । ପୁଞ୍ଜିଲାଲ୍ ମଧ୍ୟ ଏହି ଘଟଣାରେ ନିଜ ଦୋଷ ମାନି ନେଇଥିଲେ ।

ସୂଚନାଯୋଗ୍ୟ କି, ଗତ କିଛି ଦିନ ତଳେ ବଲାଙ୍ଗୀର ଜେଲରୁ ପୁଂଜିଲାଲ ଅନ୍ୟ କଏଦୀଙ୍କ ସହ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା  ।

Subscribe

National International State Sports Entertainment