ବରମୁଣ୍ଡା ବସ ଷ୍ଟାଣ୍ଡରେ ବ୍ୟବସାୟୀଙ୍କ ଠାରୁ ଛଅ ଲକ୍ଷ ଝାମ୍ପିନେଲେ ଲୁଟେରା
Khabar Odisha:Crime-Odisha-6lack-Loot-From-a-businessman
ଭୁବନେଶ୍ୱର, ଫେବୃଆରୀ ୦୯ (ଖବର ଓଡିଶା) :

 ଦିନ ଦ୍ୱିପହରେ ଲୁଟ୍ । ବରମୁଣ୍ଡା ବସ ଷ୍ଟାଣ୍ଡ ପାଖରୁ ଜଣେ ବ୍ୟବସାୟୀଙ୍କ ଠାରୁ ଛଅ ଲକ୍ଷ ଟଙ୍କା ଝାମ୍ପିନେଲେ  ଲୁଟେରା । ଏକ ପଲସର ଯୋଗେ ଆସି ଜଣେ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ଠାରୁ ଲୁଟିନେଲେ ଟଙ୍କା ।

ଏହି ଘଟଣାଟି ଶନିବାର ବରମୁଣ୍ଡା ବସ ଷ୍ଟାଣ୍ଡ ପାଖରେ ଘଟିଛି । ବ୍ୟବସାୟୀ ଜଣକ ବସରେ ବସିଥିବା ବେଳେ ଏକ ପୋଲସରରେ ଆସି ଟଙ୍କା ବ୍ୟାଗ ଟାଣି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ । ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ବେଗୁନିଆରୁ ଆସି ବରମୁଣ୍ଡା ଦେଇ କଟକ ଯିବା ବେଳେ ଲୁଟର ଶିକାର ହୋଇଛନ୍ତି । ଏନେଇ କୃଷ୍ଣ ଚନ୍ଦ୍ର ସାହଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment