ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ବଲିଉଡ ଅଭିନେତା ଏଜାଜ୍ ଖାନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଙ୍ଗଳବାର ବିଳମ୍ବିତ ରାତି ଗିରଫ କରିଛି । ଏନ୍ଆଇଏକୁ ସଂଦେହ ଯେ, ଏଜାଜ ଖାନ ଡ୍ରଗ ଲର୍ଡ ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହିତ କାମ କରୁଥିଲେ ଏବଂ ଡ୍ରଗ ବ୍ୟବସାୟ ଚଳାଉଥିଲେ । ଏଜାଜକୁ ଏନ୍ସିବି ଦୀର୍ଘ ସମୟ ଧରି ପଚରାଉଚରା ପରେ ଗିରଫ କରିଛି ।
ଏହା ପୂର୍ବରୁ ଏନ୍ସିବି ଡ୍ରଗ ମାଫିଆ ଫାରୁଖ ବଟାଟାକୁ ପାଖାପାଖି ୮ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ଫାରୁଖଙ୍କ ପୁଅ ଶାଦାବକୁ ଗତ ସପ୍ତାହରେ ଏନସିବି ଚଢ଼ାଉ କରି ଗିରଫ କରିଥିଲା । ଏନ୍ସିବି ପାଖାପାଖି ୨ କୋଟି ଟଙ୍କା ମୂଲ୍ୟର ଡ୍ରଗ ଜବତ କରିଥିଲା । ଶାଦାବକୁ ପଚରାଉଚରା ବେଳେ ବଲିଉଡ ଅଭିନେତାଙ୍କ ଏଜାଜଙ୍କ ନାଁ ସାମ୍ନାକୁ ଆସିଥିଲା ।
ଏଜାଜ ଖାନ ମଙ୍ଗଳବାର ରାଜସ୍ଥାନରୁ ମୁମୁମ୍ବାଇ ଯେତେବେଳେ ଫେରିଲେ, ଏନ୍ସିବି ନୋଟିସ ଦେଇ ନିଜ ହେପାଜତକୁ ନେଇଥିଲା । ଏନସିବି ଏଜାଜଙ୍କୁ ନେଇ ଅନ୍ଧେରୀ ଓ ଲୋକଣ୍ଡୱାଲାର କିଛି ସ୍ଥାନରେ ଚଢ଼ାଉ କରିଛି । କିନ୍ତୁ ଚଢ଼ାଉ ସମୟରେ ଡ୍ରଗ ମିଳିଛି କି ନାହିଁ ତାହା ଜଣାପଡ଼ିନାହିଁ ।