ଆଗ୍ରା, ମେ ୧୦ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଗ୍ରାରେ ଶାହଗଂଜ ଥାନା ଅଞ୍ଚଳରେ କୋଲିହାଇ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜ୍ଞାତ ଦୁର୍ବୃତ୍ତ ଛାତ ଉପରେ ଶୋଇଥିବା ପରିବାରର ୪ ଜଣ ସଦସ୍ୟଙ୍କୁ ଏସିଡ୍ ଆକ୍ରମଣ କରିଛି । ଏସିଡ୍ ଆକ୍ରମଣରେ ମହିଳା- ପୁରୁଷ ଓ ୨ ଶିଶୁ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ ସୁସ୍ଥ ଅଛନ୍ତି । ଏହି ଘଟଣା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ।
ପୀଡିତ ଅସମଲଙ୍କ କହିବା ଅନୁସାରେ ଭୀଷଣ ଗରମ ଯୋଗୁଁ ତାଙ୍କର ପତ୍ନୀ, ପୁଅ ଓ ଭାଇ ଛାତ ଉପରେ ଶୋଇଥିଲେ । ଏହି ସମୟରେ କୌଣସି ଦୁର୍ବୃତ୍ତ ଏସିଡରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏସିଡ୍ ଆକ୍ରମଣରେ ତାଙ୍କର ପତ୍ନୀ, ୨ ଶିଶୁ ଓ ଭାଇ ଆହତ ହୋଇଛନ୍ତି । ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୋଲିସ ପୀଡିତଙ୍କ ପଡୋଶୀ କଲ୍ଲୁଙ୍କୁ ଅଟକ ରଖି ପଚରାଉଚରା କରୁଛି ।