ବିହାରରେ ଅବସରପ୍ରାପ୍ତ ଆଇପିଏସ ଅଫିସରଙ୍କୁ ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ
Khabar Odisha:Crime-A-retired-IPS-officer-allegedly-beaten-up-by-bike-borne-miscreants-in-Patna

ପାଟଣା, ଅଗଷ୍ଟ ୧୪ (ଖବର ଓଡ଼ିଶା): ବିହାରର ରାଜଧାନୀ ପାଟଣାରେ ମଙ୍ଗଳବାର ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ନିସ୍ତୁକ ମାଡ଼ ଖାଇଛନ୍ତି । ଆଇପିଏସ ଅଧିକାର ଅଜୟ ବର୍ମା ଓ ତାଙ୍କ ପୁଅ କାରରେ ଯାଉଥିବା ବେଳେ ବାଇକ ଆରୋହୀ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇଥିଲେ । ପୂର୍ବତନ ପୋଲିସ ଅଧିକାରୀଙ୍କ କାରକୁ ଦୁର୍ବୃତ୍ତମାନେ ଧକ୍କା ମାରିଥିଲେ । ଏହା ପରେ କାର ଅଟକିଯିବା ପରେ ଦୁର୍ବୃତ୍ତମାନେ ଅଧିକାରୀ ଓ ତାଙ୍କର ପୁଅକୁ ମାଡ଼ ମାରିଥିଲେ । 

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ କାରକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment