ରାଜକୋଟ, ମେ ୧୨ (ଖବର ଓଡ଼ିଶା): ହାଇଦ୍ରାବାଦ୍ରେ ଭିନ୍ନ ଧର୍ମର ଯୁବତୀଙ୍କୁ ବିବାହ କରିବା ନେଇ ନାଗରାଜୁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ମାମଲାରେ ଶୀତଳ ପଡ଼ି ନଥିବା ବେଳେ ଗୁଜରାଟର ରାଜକୋଟର ରାଜକୋଟରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମିଥୁନ ଠାକୁରଙ୍କ ସୁମିୟାର ଭାଇ ଓ ପରିବାର ଲୋକେ ପିଟିପିଟି ହତ୍ୟା କରିଛନ୍ତି । ସୁମିଆ ନିଜର ପ୍ରେମିକଙ୍କୁ ବଞ୍ଚାଇ ପାରି ନାହାନ୍ତି । ନିଜେ ଆତ୍ମହତ୍ୟା କରିବାକୁ ଯାଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏକ ସ୍ଥାନୀୟ କାରଖାନାରେ କାମ କରୁଥିବା ବିହାର ମୂଳ ନିବାସୀ ମିଥୁନ ଠାକୁର ଓ ୧୮ ବର୍ଷୀୟ ଯୁବତୀ ସୁମିଆ କାଦିୱାର ଗତ କିଛି ମାସ ହେବ ପ୍ରେମ ସଂପର୍କରେ ଜଡ଼ିତ ଥିଲେ । ସେମାନେ ଜଙ୍ଗଳେଶ୍ୱର ମେନ୍ରୋଡ ସ୍ଥିତ ରାଧାକୃଷ୍ଣ ସୋସାଇଟିରେ ଏକ ଘରେ ରହୁଥିଲେ । ଏହି ସମୟରେ ସେମାନେ ଜଣେ ଅନ୍ୟର ସଂପର୍କରେ ଆସିଥିଲେ । ଭଲପାଇବାରୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।
ସୋମବାର ମିଥୁନ ଠାକୁର ସକାଳ ପାଖାପାଖି ୧୦ଟାରେ ସୁମିୟାଙ୍କୁ ତାଙ୍କ ମୋବାଇଲ ଫୋନ ମାଧ୍ୟମରେ ଡାକିଥିଲେ । କିନ୍ତୁ ଫୋନ୍ର ଉତ୍ତର ଦେଇଥିଲେ ସାକିର । ସେ ଠାକୁରଙ୍କୁ ଏହାର ପରିଣାମ ଭୋଗିବାକୁ ଧମକ ଦେଇଥିଲେ । ସାକିର ଧମକ ଦେବା ସହିତ ସୁମିୟାଙ୍କ ଠାରୁ ଦୂରରେ ରହିବାକୁ କହିଥିଲେ । ସାକିର ଓ ତା’ର ଅନ୍ୟ ୩ ଜଣ ସାଙ୍ଗ ମିଥୁନଙ୍କ ଘରକୁ ଯାଇ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ମିଥୁନଙ୍କୁ ଅହମଦାବାଦ ରେଫର କରାଯାଇଥିଲା । ବୁଧବାର ମିଥୁନଙ୍କ ମୃତ୍ୟୁ ହୋଇଥିଲା ।