ଏସଟିଏଫ କବଜାରେ ଗଞ୍ଜେଇ ବେପାରୀ, ଗାଡି ସହିତ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ଭୁୁବନେଶ୍ୱର, ଜୁନ ୨୦(ଖବର ଓଡିଶା): Share story: ଏସଟିଏଫ କବଜାରେ ପଡିଛି ପୁଣି ଜଣେ ଗଞ୍ଜେଇ ବେପାରୀ । ୧୦ କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରିବା ସହିତ ବେପାରୀ ମଧ୍ୟ ଗିରଫ ହୋଇଛି । ଗିରଫ ବେପାରୀ ଜଣକ ହେଲା ଗଞ୍ଜାମ ଜିଲ୍ଲା ଧରମପୁରର ରଣମୁନା ଦୋରା । ଏକ ହାଇୱା ଗାଡିର ସ୍ୱାତନ୍ତ୍ର ଚ୍ୟାମ୍ବର କରି ବେପାରୀ ଚଳାଇଥିଲେ ଗଞ୍ଜେଇ ବେପାରୀ । ତେବେ ହାଇୱା ଗାଡିରେ ଚୋରା ଚାଲାଣ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ଏସଟିଏଫକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ପରେ ଏସଟିଏଫର ଟିମ ଚଢାଉ କରିଥିଲା । ପରେ ଗାଡିକୁ ଜବତ କରିଥିଲା । ଗାଡିରେ ଥିବା ଗଞ୍ଜେଇ ସହିତ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଖବର ଓଡ଼ିଶା, Reporter, 20/06/2022