ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡିଶା):
କ୍ରାଇମବ୍ରାଞ୍ଚ ଏସଟିଏଫକୁ ମିଳିଛି ବଡ ସଫଳତା । ରାଜସ୍ଥାନରୁ ବ୍ରାଉନସୁଗାର ମାଫିଆ ଅଜବହର ଗିରଫ । ଗିରଫ ହେବା ପରେ ରାଜସ୍ଥାନ ଯୋଧପୁରରୁ ଆଜବହରକୁ ଓଡିଶା ଆଣୁଛି ଏସଟିଏଫର ସ୍ୱତନ୍ତ୍ର ଟିମ୍ ।
ସୂଚନା ଅନୁସାରେ, ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ ପ୍ରସ୍ତୁତ କରିଛି ଏସଟିଏଫ । ପଶ୍ଚିମବଙ୍ଗରୁ ଶେଖ ଇସମାଇଲକୁ ଧରିବାରେ ବିଫଳ ହେବା ପରେ ଓଡିଶା କ୍ରାଇମବ୍ରାଞ୍ଚର ଏସଟିଏଫକୁ ବଡ ସଫଳତା ମିଳିଛି । ରାଜସ୍ଥାନର ଯୋଧପୁରରୁ ଗିରଫ ହୋଇଛି ବ୍ରାଉନସୁଗାର ମାଫିଆ । ଗିରଫ ହୋଇଥିବା ମାଫିଆ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ରାଜପୁର ଗାଁରେ ।
୨୦୧୯ ପରଠାରୁ ସେ ଫେରାର ଥିଲେ । ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଞ୍ଚଳରେ ଲୁଚି ରହିଥିବା ଏସଟିଏଫ ଖବର ପାଇ ଚଢାଉ କରିଥିଲା । ଅଜବହର ନାମରେ ହତ୍ୟା ଉଦ୍ୟମ, ଧମକ ଭଳି ୫ଟି ସଙ୍ଗୀନ ମାମଲା ରହିଛି । ତେବେ କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଅଜବହର । ୨୦୧୯ ଶେଖ ରାଜକୁ ଗିରଫ ବେଳେ ଏସଟିଏଫ ଅଧିକାରୀଙ୍କୁ ଆକ୍ରମଣ କରି ଫେରାର ହୋଇଥିଲା ଅଜବହର ।