ପିଲା ନହେବାରୁ ବୋହୂଙ୍କୁ ଶ୍ୱଶୁରଙ୍କ ଦୁଷ୍କର୍ମ ଉଦ୍ୟମ
Khabar Odisha:Another-Rape-attempt-in-Cuttack

କଟକ, ଜାନୁଆରୀ ୨୨ (ଖବର ଓଡ଼ିଶା): ପିଲା ନହେବାରୁ ବୋହୂଙ୍କୁ ଶ୍ୱଶୁରଙ୍କ ଦୁଷ୍କର୍ମ ଉଦ୍ୟମ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିଜ ବୋହୂର ଦୀର୍ଘ ବର୍ଷ ଧରି ପିଲାପିଲି ହେଉ ନଥିବାରୁ ଶାଶୁଘର ଲୋକେ ସବୁ ସମୟରେ ମାଡ଼ ମାରିବ ସହିତ ଅନେକ ଅସହ୍ୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ମାତ୍ର ସେହି ନିର୍ଯ୍ୟାତନା ଆଜି ସୀମା ଟପିଛି । ଯେତେବେଳେ କି ଶ୍ୱଶୁର ନିଜ ପୁଅର ସ୍ତ୍ରୀ ବା ନିଜ ବୋହୂଙ୍କ ଉପରେ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

ଏଭଳି ଏକ ଲଜ୍ଜ୍ୟାକର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ଡଳି ଗ୍ରାମରେ । ଗ୍ରାମର ଚୌଧୁରି ମହେନ୍ଦ୍ର ଦାସ ନିଜ ବୋହୂଙ୍କ ସହିତ ଏଭଳି କୁକର୍ମ ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି ।

ତେବେ ଆଜି ଘରେ କେହି ନଥିବା ବେଳେ ମହେନ୍ଦ୍ର ଦାସ ବୋହୂଙ୍କୁ ତାଙ୍କ ରୁମ୍ କୁ ଡକାଇ ପୁଣି ତାଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା ଦବା ଆରମ୍ଭ କରିଥିଲେ ବୋହୂ ପ୍ରତିବାଦ କରିବାରୁ ମହେନ୍ଦ୍ର ଦାସ ତାଙ୍କ ଉପରେ ଦୁଷ୍କର୍ମ ଉଦ୍ୟମ କରିଥିବା ତାଙ୍କ ବୋହୂ ଅଭିଯୋଗ କରିଛନ୍ତି । ତେବେ ଏହି ସମୟରେ ଆତ୍ମରକ୍ଷା ପାଇଁ ପାଟି କରିବାରୁ ମହିଳା ଜଣଙ୍କ ସ୍ୱାମୀ ଆସି ପହଞ୍ଚି ଥିଲେ ଓ ତାଙ୍କୁ ଉଦ୍ଧାର କରିଥିଲେ ।

ଏନେଇ ଉଭୟ ସ୍ୱାମୀ ସ୍ତ୍ରୀ କଟକ ମାହାଙ୍ଗା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment