ପୁଣି କଟକରୁ ନକଲି ଔଷଧ ଜବତ, ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କଟକ,ସେପ୍ଟେମ୍ବର ୨୩(ଖବର ଓଡିଶା): Share story: କଟକରୁ ପୁଣି ଜବତ ହୋଇଛି ବିପୁଳ ପରିମାଣର ନକଲି ଔଷଧ। ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି। ନିମଚଉଡ଼ି ସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ ଏଚ୍ ଫାର୍ମାସି ଭଳି ୩ଟି ଫାର୍ମରୁ ଟେଲ୍ମା-୪୦ ବ୍ରାଣ୍ଡ୍ର ଏହି ନକଲି ଔଷଧ ଜବତ ହୋଇଛି। ତେବେ ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ପୂର୍ବରୁ ଗିରଫ ହୋଇଥିବା ଦୁଇ ଷ୍ଟକିଷ୍ଟଙ୍କଠାରୁ ଏମାନେ ଔଷଧ କିଣିଥିବା ଜଣାପଡିଛି। ଏହି ନକଲି ଔଷଧ କାରବାରର ରହସ୍ୟ ଭେଦ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ସୂଚନା ମିଳିଛି। ଖବର ଓଡ଼ିଶା, Reporter, 22/09/2022