ଏଟିଏମ୍ ଗାଡି ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍‌
Khabar Odisha:ATM-Van-Loot-Case

ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡ଼ିଶା): ଗତ କାଲିର ଏଟିଏମ୍ ଗାଡି ଲୁଟ୍ ଘଟଣାରେ ମସ୍ତ ୩ ଅଭିଯୁକ୍ତ ଧରାପଡିବା ପରେ ଏମାନଙ୍କୁ କମିଶନରେଟ୍ ପୋଲିସ୍ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ତେବେ ଏହି ୩ ଜଣ ଲୁଟେରାଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଉର୍ଦ୍ଧ ମାମଲା ରହିଛି । ପୁଲିସ ଏହି ୩ ଜଣଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ସୂଚନା ଅନୂସାରେ ଆଠଗଡରୁ ନରସିଂହପୁର ଯାଉଥିବା ଏକ ଟଙ୍କା ଭର୍ତ୍ତି ଗାଡିର କିଛି ଦୁର୍ବୃତ୍ତ ପିଛା କରିଥିଲେ । ଏହା ପରେ ଅଙ୍କୁଲା ନିକଟରେ ବନ୍ଧୁକ ମୂନରେ ଡ୍ରାଇଭର ଓ ସିକ୍ୟୁରିଟି ଗାର୍ଡଙ୍କୁ ଧମକାଇ ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ୍ତ ।

ଘଟଣାସ୍ଥଳରେ ଗରାଡି ଚାଳକ ଓ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରିବା ପରେ ଟଙ୍କା ଭର୍ତ୍ତି ଗାଡିକୁ ନେଇ ଦୂର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ । ମାତ୍ର ଖବର ପାଇ ପୋଲିସ୍ ପିଛା କରି ଢେଙ୍କାନାଳ ଭୋଜଦେଇପୂର ନିକଟରେ ଲୁଟେରା ମାନଙ୍କୁ କାବୁ କରିଥିଲା ପୋଲିସ୍ ।

  • Tags:

Subscribe

National International State Sports Entertainment