୪ ଫୁଟ୍ ଲମ୍ୱର ବଜ୍ରକାପ୍ତା ଉଦ୍ଧାର, ବିକ୍ରୀ କରିବାକୁ ନେଉଥିବା ବେଳେ ଭୟରେ ରାସ୍ତାରେ ଛାଡ଼ି ଦେଇଥିଲେ ସାଲେପୁର, ସେପ୍ଟେମ୍ବର ୨୨(ଖବର ଓଡିଶା): Share story: ୪ ଫୁଟ୍ ଲମ୍ୱର ବଜ୍ରକାପ୍ତା ଉଦ୍ଧାର। କିଶନ ନଗର ଥାନା ସିର୍ଲୋ ବରମମ୍ପୁରରୁ ଏକ ବଜ୍ରକାପ୍ତା ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇଛି। ବଜ୍ରକାପ୍ତାଟିର ଲମ୍ବା ପ୍ରାୟ ୪ ଫୁଟ ହେବ। ବଜ୍ରକାପ୍ତାଟିକୁ ଚୋରି କରି ବିକ୍ରୀ କରିବା ପାଇଁ ନେଉଥିବା ବେଳେ ଧରାପଡ଼ିଯିବା ଭୟରେ ରାସ୍ତା କଡ଼ରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ସେପଟେ ଗ୍ରାମବାସୀମାନେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିବାବେଳେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ବଜ୍ରକାପ୍ତକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ବନ ବିଭାଗ କର୍ମଚାରୀଙ୍କ କହିବା ମୁତାବକ ଚଳିତ ବର୍ଷ ବନ୍ୟାରେ ଏହି ବଜ୍ରକାପ୍ତାଟି ଜଙ୍ଗଲରୁ ନଦୀ ପାଣିରେ ଭାସି ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି । ଖବର ଓଡ଼ିଶା, Reporter, 22/09/2022