ଦଶମ ପାସଙ୍କ ପାଇଁ ସରକାରୀ ଚାକିରୀରେ ଅବସର, ଦରମା ୨୫ ହଜାର ଟଙ୍କା
Khabar Odisha:national-career-odisha-sarkari-naukri-barc-recruitment-posts-60-vacancies-know-how-to-apply-sarkari-jobs
ଭୁବନେଶ୍ୱର, ଫେବୃଆରୀ ୦୨ (ଖବର ଓଡିଶା) :

ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ ବିଭିନ୍ନ ପଦ ପାଇଁ ଭର୍ତି ହେବାକୁ ଯାଉଛି । ଏଥିରୁ ୬୦ ଅପର ଡିଭିଜନ କ୍ଲର୍କ ଏବଂ ଅନ୍ୟ ଆଶୁଲିପିକ ପଦବୀ ପାଇଁ ଖାଲି ରହିଛି । ପାର୍ଥୀମାନେ ଆବେଦନ କରିବା ପାଇଁ ଫେବୃଆରୀ ୨୫ ପର୍ଯ୍ୟନ୍ତ ଅନ୍ତିମ ସମୟସୀମା ଦିଆଯାଇଛି । ଚାକିରୀ ସହ ସମ୍ବନ୍ଧିତ ସୂଚନା ନିମ୍ନରେ ଦିଆଯାଇଛି । 

ପଦବୀ ସଂଖ୍ୟା- ଅପର ଡିଭିଜନ କ୍ଲର୍କ ୪୭ ଦରମା ୨୫୫୦୦, ଆଶୁଲିପିକ ଗ୍ରେଡ ୧୩ । 

ଶିକ୍ଷାଗତ ଯୋଗ୍ୟତା- ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସମକକ୍ଷ ଡିଗ୍ରୀ ଅପର ଡିଭିଜନ କ୍ଲର୍କପାଇଁ ୫୦ ପ୍ରତିଶତ ଅଙ୍କ ଆବଶ୍ୟକ । ଆଶୁଲିପିକ ମାଟ୍ରିକୁଲେଶନ କିମ୍ବା ସମକକ୍ଷ ଏବଂ ଇଂଗ୍ରାଜୀ ଶବ୍ଦର ପ୍ରତିଲେଖନରେ ୮୦ ପ୍ରତିଶତ ଶବ୍ଦ ପ୍ରତି ମିନିଟର ଗତି ଏବଂ ୩୦ ଶବ୍ଦ ପ୍ରତି ମିନିଟ ଇଂଗ୍ରାଜୀରେ ଟାଇପିଙ୍ଗ ଗତି ନିର୍ଦ୍ଧାରିତ କରାଯାଇଛି । 

ବୟସସୀମା- ଆଶାୟୀ ପାର୍ଥୀଙ୍କ ନ୍ୟୁନତମ ବୟସ ସୀମା ୧୮ ଏବଂ ସର୍ବାଧିକ ବୟସ ସୀମା ୨୭ ନିର୍ଦ୍ଧାରିତ କରାଯାଇଛି ।

ସାମାନ୍ୟ ଏବଂ ଓବିସି ବର୍ଗଙ୍କ ପାଇଁ ଆବେଦନ ଶୁକ୍ଳ ୧୦୦ଟଙ୍କା ରଖାଯାଇଛି । ଏବଂ ଏସସି, ଏସଟି ପିଡବ୍ଲ୍ୟୁଡି ପାର୍ଥୀଙ୍କ ପାଇଁ କୌଣସୀ ଶୁକ୍ଳ ରଖା ଯାଇ ନାହିଁ । ଆପଣ ଏଥିରେ ନେଟ ବ୍ୟାଙ୍କିଙ୍ଗ କରି ପାରିବେ । ଜାନୁଆରୀ ୩୧, ୨୦୧୯ରୁ ଆବେଦନ କରି ପାରିବେ । ଏଥିପାଇଁ ଫେବୃଆରୀ ୨୫ ଅନ୍ତିମ ତିଥି ରଖାଯାଇଛି । ଇଚ୍ଛୁକ ପାର୍ଥୀ ଏହି ୱେବସାଇଟ http://www.barc.gov.in ମାଧ୍ୟମରେ ଆବେଦନ କରି ପାରିବେ । ଚାକିରୀ ସ୍ଥାନ ମୁମ୍ବାଇ । ଲିଖିତ ପରୀକ୍ଷା ମାଧ୍ୟମରେ ଏହାର ଚୟନ ପ୍ରକ୍ରିୟା କରାଯିବ । 

Subscribe

National International State Sports Entertainment