ଆରପିଏଫ୍‌ରେ ୯ ହଜାର ପଦରେ ଭର୍ତ୍ତି, ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିଜର୍ଭେସନ: ପିୟୁଷ ଗୋଏଲ
Khabar Odisha:national-Career-odisha-women-will-be-recruit-50-percent-over-9-000-vacancies-in-indian-railway-says-piyush-goyal
ନୂଆଦିଲ୍ଲୀ, ଜୁନ୍ ୨୮(ଖବର ଓଡିଶା):

ରେଳ ସୁରକ୍ଷା ବଳ(ଆରପିଏଫ୍)ରେ ମହିଳାଙ୍କ କମ୍ ଉପସ୍ଥିତିକୁ ନଜରରେ ରଖି ସରକାର ଆରପିଏଫରେ ଖାଲି ପଡିଥିବା ୯୦୦୦ ପଦବୀ ପଇଁ ହେବାକୁ ଥିବା ନିଯୁକ୍ତିରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଦିନ ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍ ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ କହିଥିଲେ ଯେ, ଆରପିଏଫରେ ବର୍ତ୍ତମାନ ମହିଳା କନେଷ୍ଟବଳଙ୍କ ସଂଖ୍ୟା ୨.୨୫ ପ୍ରତିଶତ ରହିଛି । ଆରପିଏଫରେ ମହିଳାଙ୍କ ଭାଗୀଦାରୀ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରାଳୟ ତାର ପରବର୍ତ୍ତୀ ନିଯୁକ୍ତିରେ ୫୦ ପ୍ରତିଶତ ସ୍ଥାନରେ ମହିଳାଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି ବୋଲି ପିୟୁଷ ଗୋଏଲ କହିଛନ୍ତି ।  

ଗୋଏଲଙ୍କ କହିବା ଅନୁଯାୟୀ, ୮୬୧୯ କନେଷ୍ଟବଳ ଏବଂ ୧୧୨୦ ଉପ ନିରୀକ୍ଷକ ପଦ ପାଇଁ ୨୦୧୮ ମସିହାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରୁ ୪୨୧୬ କନେଷ୍ଟବଳ ଓ ୨୦୧ ଉପ ନିରୀକ୍ଷକ ପଦରେ ମହିଳାଙ୍କୁ ନିଯୁକ୍ତି ଦିଆଯିବ । 

ଅନ୍ୟ ଏକ ପ୍ରଶ୍ନର ଜବାବ ଦେଇ ଗୋଏଲ କହିଥିଲେ ଯେ, ରେଲୱେରେ ସୁରକ୍ଷା ସହିତ ଜଡିତ ଥିବା ତ୍ରି-ନେତ୍ର ପ୍ରକ୍ରିୟାର ପରୀକ୍ଷଣ ଚାଲିଛି । ସେ କହିଛନ୍ତି ଯେ, ରେଲୱେ ଟ୍ରାକରେ କୌଣସି ପ୍ରକାର ବାଧାକୁ ବୁଝିବା ପାଇଁ ସକ୍ଷମ ଏହି ଟେକନୋଲୋଜିର ପରୀକ୍ଷା ପୂରଣ ହେବା ପରେ , ତାକୁ ଭଲ ଭାବରେ ଅନୁଧ୍ୟାନ କରାଯିବ । ସେଥିରେ ସଫଳ ହେଲା ପରେ ଯାଇ ଏହାକୁ ବ୍ୟବହାର କରାଯିବ । 

Subscribe

National International State Sports Entertainment